ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଙ୍ଗଳ ଚରଣ ଲେଙ୍କା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝୀ, ସାମ୍ମାନିତ ଅତିଥି ଭାବେ ତୁମୁଡ଼ିବନ୍ଧ ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ତୁମୁଡିବନ୍ଧ ବ୍ଲକ ଏମ୍‌ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ବିଡିଓ ବନବିହାରୀ ହରପାଲ, ତୁମୁଡ଼ିବନ୍ଧ ଅତିରିକ୍ତ ତହସିଲଦାର ବ୍ଲୁଚୁମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜଗତରନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷମାଲ୍ୟ ଅର୍ପଣ କରି ପ୍ରଦୀପ ଜାଳି ଆରମ୍ଭ କରିଥିଲେ। ଏହି ଅବସରରେ ଉପସ୍ଥିତ ଥିବା ଲୋକମାନଙ୍କୁ ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା ଉପରେ ଆଲୋଚନା କରାଯାଇ ଆମେ ଓ ଆମେ ବଢ଼ିଆ ବୋଲି କହିଛନ୍ତି ମୁଖ୍ୟ ଅତିଥି ଅଧ୍ୟକ୍ଷା। ସାମ୍ମାନିତ ଅତିଥି ବିଡିଓ ହରପାଲ ଆଜି ଅର୍ଥାତ ୧ତାରିଖଠାରୁ ୧୪ ତାରିଖ ପଣାସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଓଡ଼ିଆ ଦିବସକୁ ବହୁ ଆଡମ୍ବର ସହିତ ପାଳନ ପାଇଁ ସରକାରଙ୍କର ନିର୍ଦ୍ଦେଶ ରହିଛି। ତାହାକୁ ସରସ ସୁନ୍ଦର କରି ପାଳନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Dharitri –Odisha’s No.1 Trusted Odia Daily

Share