ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି। ସହରାଞ୍ଚଳରେ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ପକ୍ଷରୁ କ୍ରିକେଟ୍ କୋଚିଂ ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳ ପିଲାମାନେ ବିନା କୌଣସି ପ୍ରଶିକ୍ଷଣରେ ଉଦ୍ୟମ ଜାରି ରଖିଛନ୍ତି। କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ ମଧ୍ୟରେ ଇଣ୍ଡିଆନ ଷ୍ଟ୍ରିଟ୍୍ ପ୍ରିମିୟର ଲିଗ୍ (ଆଇଏସ୍ପିଏଲ୍) ଚାଲୁଛି। ଏହି ଆଇଏସ୍ପିଏଲ୍ ଟିମ୍ ନିଲାମିରେ ସାମିଲ ହେବାର ସୁଯୋଗ ପାଇଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଗେଡ଼ିଆପଲ୍ଲୀ ସାମୁକାପାଟଣା ଗ୍ରାମର ରାଜେଶ ସ୍ବାଇଁ। ତାଙ୍କର ଏହି ସଫଳତାରେ ପରିବାରବର୍ଗ ଏବଂ ଗ୍ରାମବାସୀ ଖୁସିଥିବା ବେଳେ ଆଗକୁ କ୍ରିକେଟ୍ରେ ନାମ କମାଇବାକୁ ଆଶା ବାନ୍ଧିଛନ୍ତି ରାଜେଶ। ଅଭାବ ଅନଟନରେ ବଢ଼ିଥିବା ରାଜେଶ ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନରୁ ଅଗ୍ନିଶମ ପାଇଁ ଟ୍ରେନିଂ ନେଉଥିବା ବେଳେ ଏବେ ଆଇଏସ୍ପିଏଲ୍ରେ ଖେଳିବାକୁ ତାଙ୍କ ନାମ ଚୟନ କରାଯାଇଛି। ନିଲାମ ପ୍ରକ୍ରିୟାରେ ତାଙ୍କ ନାମ ରହିଥିବାରୁ ସେ ଖୁସିଥିବା ରାଜେଶ କହିଛନ୍ତି।