ଦୂର ହେଲା ବାଧା, ଟନେଲ ରେସକ୍ୟୁ ଅପରେଶନକୁ ନେଇ ବଡ ବୟାନ ଦେଲେ ମୁଖ୍ୟମନ୍ତ୍ରୀ

ଉତ୍ତରକାଶୀ,୨୮।୧୧: ସିଲକ୍ୟାରା ଟନେଲରେ ୪୧ ଜଣ ଶ୍ରମିକଙ୍କ ଜୀବନ ବିପଦରେ ଅଛି । ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଆସୁଛି ଯାହା କ୍ରମାଗତ ଭାବରେ ହଟାଯାଉଛି। ମଙ୍ଗଳବାର ମାନୁଆଲ ଡ୍ରିଲିଂ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ …

ଚାରଧାମ ଅଲ ଓ୍ବେଦର ପ୍ରକଳ୍ପର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ଉତ୍ତରପ୍ରଦେଶରେ ଟନେଲ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ ୧୬ ଦିନ ଧରି ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ଶ୍ରମିକମାନଙ୍କୁ ପାଇପ ମାଧ୍ୟମରେ ନିରନ୍ତର ଖାଦ୍ୟ ଯୋଗାଇ ଦିଆଯାଉଛି। ଆଜି ଆଶା କରାଯାଉଛି ଯେ ସମସ୍ତ ଶ୍ରମିକ ନିରାପଦରେ ବାହାରକୁ ଆସିବେ।
ଏହି ରେସକ୍ୟୁ ଅପରେଶନର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡରେ ପହଞ୍ଚିଥିଲେ। ସେ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଅପଡେଟ ଦେବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଇଞ୍ଜିନିୟର, ବିଶେଷଜ୍ଞ ଏବଂ ଅନ୍ୟମାନେ ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପାଇପ ୫୨ ମିଟର ଭିତରକୁ ଯାଇଛି। କାର୍ଯ୍ୟ ଯେପରି ଚାଲିଛି, ଆମେ ଶୀଘ୍ର କିଛି ସଫଳତା ପାଇବାକୁ ବୋଲି ଆଶା କରୁଛୁ।