ପ୍ରକାଶ ଯେ, ମଞ୍ଚସ୍ଥ ହୋଇଥିବା ନାଟକରେ ରାବଣ ଭୂମିକା ରେ ଅଭିନୟ କରିଥିବା କଳାକାରଜଣଙ୍କ ଆଧ୍ୟାତ୍ମିକ ଓ ପୌରାଣିକ କଥାବସ୍ତୁ ରାମାୟଣ ଭଳି ପବିତ୍ର ଗ୍ରନ୍ଥ କୁ ଅପମାନିତ କରି ବେଦମତି ଓ ସୀତା ହରଣ ଦୃଶ୍ୟରେ ଅତ୍ୟନ୍ତ ଅଶ୍ଳିଳ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ଗଞ୍ଜାମ ଜିଲା ନାଟ୍ୟ ନିର୍ଦ୍ଦେଶକ ସଂଘ ସଭାପତି ରାଜ ଗୋପାଳ ପାଢ଼ୀ ଘଟଣାକୁ ବିରୋଧ କରି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୧୯/୨୫ ବିଏନ୍ଏସ୍ର ଦଫା – ୨୯୯/୨୯୬/୩୫୨/୩(ଆଇ) ଏବଂ ରିପ୍ରେଜେଣ୍ଟେସନ ପ୍ରିଭେନ୍ସନ ଆକ୍ଟ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ ରାମାୟଣ ନାଟକ ଅନୁଷ୍ଠାନର କୌଣସି କଳାକାର ଥାନାରେ ପହଞ୍ଚି ନଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।