ସୁଇମିଂ ପୁଲରେ ଡିଏସ୍‌ପି-ମହିଳା କନଷ୍ଟେବଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: ଏବେ ନୂଆମୋଡ଼ ନେଲା ପୂରା ଘଟଣା,  ଜାଣିଲେ…

ରାଜସ୍ଥାନ, ୨୧।୨: ରାଜସ୍ଥାନର ଜଣେ  ଡିଏସ୍‌ପିି ଏବଂ ମହିଳା କନଷ୍ଟେବଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ଏବେ  ନୂଆମୋଡ଼ ନେଇଛି। ଘଟଣାଟି ପ୍ରାୟ ସାଢ଼େ ତିନି ବର୍ଷ ତଳେ ଘଟିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ,  ଡିଏସ୍‌ପି ହୀରାଲାଲ ସଇନି ଏବଂ ମହିଳା କନଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଯେଉଁଥିରେ ଉଭୟଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ପୂର୍ବ କଂଗ୍ରେସ ସରକାର ଉଭୟଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।
ପରେ ହାଇକୋର୍ଟର ଏକ ସିଙ୍ଗଲ ବେଞ୍ଚ  ଡିଏସ୍‌ପି ହୀରାଲାଲଙ୍କୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ଡିଭିଜନ ବେଞ୍ଚ ସିଙ୍ଗଲ ବେଞ୍ଚର ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି।
ସଇନିଙ୍କୁ ପୁନଃସ୍ଥାପିତ କରିବା ପାଇଁ ଏକକ ଖଣ୍ଡପୀଠର ନିର୍ଦ୍ଦେଶ ଉପରେ ହାଇକୋର୍ଟର ଡିଭିଜନ ବେଞ୍ଚ ସ୍ଥଗିତାଦେଶ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନ ଉପରେ ଜଷ୍ଟିସ ଇନ୍ଦ୍ରଜିତ ସିଂହ ଏବଂ ମନୀଷ ଶର୍ମାଙ୍କ ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ ଜେନେରାଲ ରାଜେନ୍ଦ୍ର ପ୍ରସାଦ କହିଛନ୍ତି ଯେ ଏକକ ଖଣ୍ଡପୀଠ ସଇନିଙ୍କୁ ସମସ୍ତ ସୁବିଧା ସହିତ ଚାକିରିରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସରକାରଙ୍କୁ ଚାର୍ଜସିଟ ଆଧାରରେ ତଦନ୍ତ କରିବାର ସ୍ବାଧୀନତା ଦେଇଛନ୍ତି।
ତେବେ ଦୁଇଟି ପରସ୍ପର ବିରୋଧୀ ଆଦେଶ ଏକକାଳୀନ ଦିଆଯାଇପାରିବ ନାହିଁ। ଲଜ୍ଜାଜନକ କାର୍ଯ୍ୟ ଆଧାରରେ ରାଜ୍ୟ ସରକାରଙ୍କର ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଅଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,   ଡିଏସ୍‌ପିି ହୀରାଲାଲ ଏବଂ ଜଣେ ମହିଳା କନଷ୍ଟେବଳଙ୍କ ଏକ ଅଶ୍ଳୀଳ ଭିଡିଓ ଜୁଲାଇ ୨୦୨୧ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ମହିଳା କନଷ୍ଟେବଳଙ୍କ ୬  ବର୍ଷର ପିଲା ମଧ୍ୟ ସେଠାରେ ଥିଲେ। ତାଙ୍କ ସହିତ ମଧ୍ୟ ଅଶ୍ଳୀଳ କାର୍ଯ୍ୟ କରାଯାଉଥିଲା। ଯାହା ପରେ ଉଭୟଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ଏବଂ ଉଭୟଙ୍କୁ ଗିରଫ କରାଯାଇଥିଲା। ସରକାର ଉଭୟଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।