ସୋସିଆଲ ମିଡ଼ିଆରେ ଅପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ଏତଲା

ଅତାବିରା,୧୨।୫(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଅତାବିରା ଥାନାରେ ଏକ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି l

ଏ ନେଇ କୃଷକ ସଂଗଠନର ସଦସ୍ୟଙ୍କ ଉପସ୍ଥିତିରେ ସଭାପତି କର ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କୁ ଲିଖିତ ଭାବେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି।

ବିବାଦୀୟ ମନ୍ତବ୍ୟ ଆସିଥିବା ମୋବାଇଲ ନମ୍ବରଟି ବର୍ତ୍ତମାନ ଚାଲୁ ନ ଥିବା ବେଳେ କେବଳ ୱାଟ୍‌ଅପ୍ପ ଚାଟିଂ ହୋଇପାରୁଛି।

ଚାଷୀଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ସଭାପତି କର ଆନ୍ଦୋଳନ କରି ଜେଲ ଯିବା ସହ ତାଙ୍କ ନାମରେ ୧୫ରୁ ଊଦ୍ଧର୍‌ବ ମାମଲା ରହିଛି। ଯଦି ଅଭିଯୁକ୍ତଙ୍କ ସତ ସାହସ ଅଛି ତେବେ ସାମ୍ନାକୁ ଆସନ୍ତୁ ବୋଲି ସଭାପତି କର ଆହ୍ବାନ ଦେଇଛନ୍ତି।

ଏପରିକି ଆପତ୍ତି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଓ ନିନ୍ଦା କରାଯାଇଛି। ଅନ୍ୟପକ୍ଷେ ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି କର ସୂଚନା ଦେଇଛନ୍ତି।