2020 Democratic Presidential Candidates former U.S. Vice President Joe Biden, left, and Senator Kamala Harris, a Democrat from California, stand on stage during of the Democratic presidential candidate debate in Detroit, Michigan, U.S., on Wednesday, July 31, 2019. Hillary Clinton in 2016 was the first Democratic presidential candidate to lose the state of Michigan in 28 years, by a slim 11,000 votes. The party seems to understand it can't take Michigan for granted this time around. Photographer: Anthony Lanzilote/Bloomberg
ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଥିବା ଜୋ ବାଇଡେନ୍ଙ୍କ ପୂରାନାମ ଜୋସେଫ୍ ରୋବିନେଟ୍ଟେ ବାଇଡେନ୍ ଜୁନିୟର। ୧୯୪୨ ନଭେମ୍ବର ୨୦ରେ ଜନ୍ମିତ ଏହି ରାଜନେତା ବାରାକ୍ ଓବାମା ପ୍ରଶାସନରେ ୨୦୦୯ରୁ ୨୦୧୭ ଉପରାଷ୍ଟ୍ରପତି ଥିଲେ। ଡେମୋକ୍ରାଟିକ ପାର୍ଟର ସଦସ୍ୟ ଭାବେ ସେ ୧୯୭୩ରୁ ୨୦୦୯ ଡେଲାଓ୍ବାରେରୁ ସିନେଟର ଥିଲେ। ପେନ୍ସିଲଭାନିଆର ସ୍କ୍ରାଣ୍ଟନରେ ଜନ୍ମିତ ବାଇଡେନ୍ ୧୯୬୮ରେ ସିରାକସ୍ ୟୁନିଭର୍ସିଟିରୁ ଆଇନରେ ଡିଗ୍ରୀ ହାସଲ ପରେ ୧୯୭୦ରେ ନ୍ୟୁ କାଷ୍ଟଲ୍ କାଉଣ୍ଟିର କାଉନ୍ସିଲର ନିର୍ବାଚିତ ହୋଇଥିଲେ। ଆମେରିକା ଇତିହାସରେ ଷଷ୍ଠ ସର୍ବକନିଷ୍ଠ ସିନେଟର ଭାବେ ସେ ୧୯୭୨ରେ ନିର୍ବାଚିତ ହୋଇଥିଲେ। ଦୀର୍ଘଦିନ ଧରି ସେ ସିନେଟ ଫରେନ୍ ରିଲେଶନ କମିଟିର ସଦସ୍ୟ ରହିବା ସହ ଏହାର ଅଧ୍ୟକ୍ଷ ହୋଇଥିଲେ। ୧୯୮୮ ଓ ୨୦୦୮ରେ ଡେମୋକ୍ରାଟିକ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ହାରିଯାଇଥିଲେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଇଡେନ୍ ୨୦୧୯ରେ ନିଜର ପ୍ରାର୍ଥତ୍ତ୍ୱ ଘୋଷଣା କରିଥିଲେ। ୨୦୨୦ ଜୁନ୍ରେ ପ୍ରାର୍ଥୀ ହେବା ପରେ ସେ କାଲିଫର୍ନିଆ ସିନେଟର କମଲା ହାରିସ୍ଙ୍କୁ ତାଙ୍କ ରନିଂ ମେଟ୍ ତଥା ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ।