NUVOCO NEW LOGO 2 (100%RED)
ଭୁବନେଶ୍ୱର,୨୬।୫: ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ସିମେଣ୍ଟ ବିକ୍ରି ୧୮.୮ ଏମ୍ଏମ୍ଟି ରହିଥିଲାବେଳେ ଏହି ସମାନ ଅବଧି ମଧ୍ୟରେ କମ୍ପାନୀର ପରିଚାଳନାଗତ ମୋଟ ରାଜସ୍ବ ୧୦,୭୩୩ କୋଟି ଟଙ୍କା ରହିଛି।
ସେହିପରି ମୋଟ ଏବିଟା ବାର୍ଷିକ ଆଧାରରେ ୩୫% ବୃଦ୍ଧି ହୋଇ ୧୬୫୭ କୋଟି ଟଙ୍କା ହୋଇଥିଲାବେଳେ କମ୍ପାନୀର ଶୁଦ୍ଧ ଋଣ ପରିମାଣ ବାର୍ଷିକ ଆଧାରରେ ୩୮୪ କୋଟି ଟଙ୍କା ହ୍ରାସ ହୋଇ ୪୦୩୦ କୋଟି ଟଙ୍କାରେ ରହିଛି, ଯାହାଫଳରେ ଶୁଦ୍ଧ ଋଣ ଏବିଟାର ୨.୪ ଗୁଣ ରହିଛି। ଚଳିତ ବର୍ଷ କମ୍ପାନୀର ହରିୟାଣାସ୍ଥିତ ସିମେଣ୍ଟ ପ୍ଲାଣ୍ଟରେ ଏକ ୧.୨ ଏମ୍ଏମ୍ଟିପିଏ ଗ୍ରାଇଣ୍ଡିଂ ୟୁନିଟ୍ର ସଫଳ କାର୍ଯ୍ୟକାରିତାକୁ ଚିହ୍ନିତ କରିଛି, ଯାହା ଏହାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି।
ଏହି ସିମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକାରିତା ଉତ୍ତର ଭାରତରେ କମ୍ପାନୀର ମୋଟ କ୍ଷମତାକୁ ୨୦%ରୁ ୨୪%କୁ ବୃଦ୍ଧି କରିଛି ଏବଂ ଏହା ସମ୍ପୃକ୍ତ ଅଞ୍ଚଳରେ କମ୍ପାନୀର ଉପସ୍ଥିତିକୁ ଆହୁରି ସୁଦୃଢ କରିବ। ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟାକୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି, କମ୍ପାନୀ ତା’ର ପରିଚାଳନା ଦକ୍ଷତାକୁ ଉନ୍ନତ କରିଥିଲାବେଳେ ୨୦୨୪ ଆର୍ଥିକ ବର୍ଷ ସମୟରେ ଅସ୍ଥିର ଚାହିଦା ସତ୍ତ୍ୱେ ଏବିଟା ଓ ପିଏଟିରେ ମଜଭୁତ ଅଭିବୃଦ୍ଧି ପ୍ରଦାନ ଏବଂ ସର୍ବୋଚ୍ଚ ଲାଭ ହାସଲ କରିଛି। ଏପରିକି ଆମର ପ୍ରଶଂସନୀୟ ପରିଚାଳନାଗତ ଫଳାଫଳ ପ୍ରିମିୟମାଇଜେଶନ ଓ କଷ୍ଟ୍ ଅପ୍ଟିମାଇଜେଶନ ଉପରେ ଆମର ଗତିଶୀଳ ଓ ଦକ୍ଷ ରଣନୈତିକ ଗୁରୁତ୍ୱକୁ ପ୍ରତିଫଳନ କରୁଛି।