ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ ଲାଗିଛି। ଜଳବାୟୁର ପରିବର୍ତ୍ତନ ଲାଗି ପ୍ରକୃତି ଦେଇଥିବା ଅନେକଉ ପାଦାନ ଆପେ ଆପେ ହଜିବାରେ ଲାଗିଛି । ଏହା ସହ  ବର୍ଷା, ଗ୍ରୀଷ୍ମ ଓ ଶୀତରେ ମଧ୍ୟ  ଅନିୟମିତତା ଦେଖାଯାଇଛ।
ପ୍ରକାଶ ଯେ,  ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପ୍ରକୃତି ଅନେକ ଳିଛି ଦେଇଛି। ସ୍ବଚ୍ଛ ପରିବେଶ ସହ ଏହାର ଭୌଗଳିକ ସ୍ଥିତି ନିଆରା। ଛରିଆଡେ ପାହାଡ଼ ଘେରା ଜଙ୍ଗଲ ଆଉ ଜଙ୍ଗଲ ମଧ୍ୟରେ କୁଳୁ କୁଳୁ ଶବ୍ଦରେ ନଦୀ, ନାଳ ବୋହିଯାଉଛି। ଜଙ୍ଗଲରେ ଭଳିକି ଭଳି ବୃକ୍ଷ ଲତା ରହିଛି। ସେଥି ମଧ୍ୟରେ ଶହ ଶହ ଔଷଧୀୟ ବୃକ୍ଷ ମଧ୍ୟ ରହିଛି । ତେବେ ଏହି ସବୁ ଜଙ୍ଗଲ ମଧ୍ୟରେ ଶହଶହ ଉଇ ହୁଙ୍କା ରହିଥାଏ କିନ୍ତୁ ଧୀରେଧୀରେ ଜଙ୍ଗଲ ନଷ୍ଟ ହେବା ସହ ଏଇ ଉଇ ହୁଙ୍କାର ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଉଇ ହୁଙ୍କାର ଗୁରୁତ୍ୱ ଜଳବାୟୁ ଓ ପ୍ରକୃତି ସହ ନିବିଡ଼ ସମ୍ପର୍କ ରହିଛି। କୁହାଯାଏ ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ ଏହି ଉଇ ହୁଙ୍କା ଅନେକ ସାହାଯ୍ୟ କରିଥାଏ। ଉଇ କୁହାଯାଉଥିବା ଏହି କ୍ଷୁଦ୍ର ଜୀବର ଲାଳ, ମାଟି ଓ ଜୈବ ପଦାର୍ଥର ମିଶ୍ରଣରେ ଏହି ହୁଙ୍କା ପ୍ରସ୍ତୁତ କରିଥାନ୍ତି। ଉକ୍ତ ଜୀବମାନେ ସେମାନଙ୍କ ରହଣିରେ ସୁରକ୍ଷିତ ରହିବା ସହ ଅତ୍ୟନ୍ତ ଦୃଢ଼ ଏବଂ ଦୀର୍ଘସ୍ଥାୟୀ, ପ୍ରାୟତଃ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚତାର ଏହି ହୁଙ୍କାକୁ ସହଜରେ ଉକ୍ତ ଜୀବ ମାନେ ପ୍ରସ୍ତୁତ କରିଥାନ୍ତି। ଉଇ ହୁଙ୍କା ଗୁଡ଼ିକ ଆଭ୍ୟନ୍ତରୀଣ ତାପମାତ୍ରା ଏବଂ ଆର୍ଦ୍ରତା ସ୍ତରକୁ କ୍ଷତି ନ ପହଞ୍ଚାଇ ଭୂତଳ ବସାଗୁଡ଼ିକର ବାୟୁଚଳନ ପାଇଁ ଯଥେଷ୍ଟ ଛିଦ୍ରଯୁକ୍ତ ରହିଥାଏ। ଯଦି କହିବା ଉଇ ହୁଙ୍କାର ପରିବେଶଗତ ଭୂମିକା ସାଧାରଣତଃ ଭୂତଳ ଉଇଙ୍କ ଦ୍ୱାରା ନିର୍ମିତ ହୋଇଥାଏ, ଯାହା ପରିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେମାନେ ନଷ୍ଟ ହୋଇଥିବା କାଠ ଏବଂ ଉଦ୍ଭିଦ ପଦାର୍ଥକୁ ଭାଙ୍ଗି ମାଟିକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଫେରାଇ ଆଣନ୍ତି। ସେମାନଙ୍କର କାର୍ଯ୍ୟକଳାପ ମାଟିକୁ ବାୟୁଚାଳିତ କରିବାରେ ମଧ୍ୟ ସାହାଯ୍ୟ କରେ, ସୂଚାଇ ଦିଏ ଯେ, ଉଇମିଟ ପାହାଡ଼ ପ୍ରାକୃତିକ ଜଳବିଜ୍ଞାନ ସୂଚକ ଭାବରେ କାର୍ଯ୍ୟ କରିପାରିବ, କରିବାରେ ସାହାଯ୍ୟ କରିବ।

Share