Maharashtra, Apr 07 (ANI): BMC doctors taking samples of police who have a cold and cough for testing of Covid19 at Police Officers Quarters in Borivali on Tuesday. (ANI Photo)
ନୂଆଦିଲ୍ଲୀ,୭।୭: ବେଳକୁ ବେଳ ଡରାଇ ଚାଲିଛି କରୋନା ମହାମାରୀ। ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସେ କହିଛନ୍ତି ଏବେସୁ୍ଦ୍ଧା ରାଜଧାନୀରେ ୭୨.୦୦୦ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସବୁ ପରିସ୍ଥିତିର ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଗୋଟିଏ ପଟେ ଏବେ ୨୬ ହଜାର ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫ ହଜାର ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ ଖୋଲିଥିବାରୁ ଏହା କରୋନା ରୋଗୀଙ୍କ ଚିକିତ୍ସାରେ ବେଶ୍ ସହାୟକ ହେବ। ତେଣୁ କରୋନା ସଂକ୍ରମଣକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କେଜରିଓ୍ବାଲ କହିଛନ୍ତି।