ନମ୍ବର ଓ୍ବାନ୍‌ ଯୋଗାଡ଼: ବାଇକ୍‌ରେ କାରଭଳି ଅନୁଭବ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ  କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଦେଶୀ ଯୋଗାଡ଼ର ଅନେକ ଭିଡିଓ ରହିଛି। ସ୍ବଦେଶୀ ଜ୍ଞାନକୌଶଳ  ବ୍ୟବହାର କରାଯାଇ ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି।  ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ,  ବାଇକ୍‌ରେ  କାର୍‌ ଷ୍ଟାଇଲ ଭଳି ଏକ୍ସିଲେଟର  ଲଗାଯାଇଛି।  ଏ ନେଇ  ଏକ୍ସିଲେଟର ତାରକୁ ଏକ କ୍ଲଚ ବ୍ରେକ୍‌ ଲିଭର ସେଟ ସହିତ ସଂଯୋଗ କରି ପାଦ ରଖୁଥିବା ସ୍ଥାନରେ ଫିଟ୍‌ କରାଯାଇଛି।  ପରେ ବ୍ୟକ୍ତି ଜଣଙ୍କ ଆକ୍ସିଲେଟରେ ଦବାଉଥିବା ଦେଖାଯାଛଉଛି।
ବ୍ୟକ୍ତି ଜଣକ ହାତରେ ଏକ୍ସିଲେଟରକୁ ବୁଲାଉଥିବା ଦେଖାଯାଏ। ପରେ ପାଦରେ ଲିଭର ସେଟ ବ୍ୟବହାର କରି ବାଇକର ଗତି ବଢ଼ାଉଛନ୍ତି। ଅନେକ ଲୋକ ଏହି ଯୋଗାଡକୁ ପସନ୍ଦ କରିଥିଲେ। ଏହା ଭିନ୍ନକ୍ଷମଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି କେତେଜଣ ପ୍ରତିକ୍ରିୟା ଦେଇଛନ୍ତି। କେହେି କେହି ଏହାକୁ କାରର ଅନୁଭବ ବୋଲି ମଧ୍ୟ କହିଛନ୍ତି।

Share
Tags: Viral vedio