ନୂଆପଡା ,୧୫/୯ (ମକାରୁ ବେମାଲ): ନୂଆପଡା ଜିଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚିଠା ଭୋଟର ତାଲିକା ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି । ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ମଣ୍ଡଳୀ (Assembly Constituency) ୭୧- ନୂଆପଡା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଟେ। ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୩୫୮ ଗୋଟି ଭୋଟ କେନ୍ଦ୍ର ଅଛି। ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨୪୮୨୫୬ । ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧୨୨୧୦୩ ,ମହିଳା ଭୋଟର ସଂଖ୍ୟା ୧୨୬୧୩୨ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ । ଏଠାରେ ଭୋଟର ତାଲିକାର ସୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୫, ୧୫ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁରହିବ। ଭୋଟର ତାଲିକାରେ ନାମ ପଞ୍ଜିକରଣ, ନାମଯୋଗ ପାଇଁ ଫର୍ମ ନ ୬, ତାଲିକାରେ ଥିବା ନାମ କାଟିବା ପାଇଁ ଫର୍ମ ୭ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ ରେ ଆବେଦନ କରିପାରିବେ। ଅନଲାଇନରେ ପଞ୍ଜିକରଣ କରିବା ପାଇଁ Voter Help Line mobile App VHAର ସାହାଯ୍ୟ ନେଇ ପାରିବେ, Voters.eci.gov.in ଜରିଆରେ ଆବେଦନ କରିପାରିବେ। ଅନଲାଇନରେ ପଞ୍ଜିକରଣ ପାଇଁ Voter Helpline (mobile app)ର ସହାୟତା ନିଆଯାଇପାରେ। ଭୋଟରମାନଙ୍କ ପାଇଁ ଅଲଲାଇନ ୱାନ ସାଥି ଭୋଟର୍ ହେଲ୍ପ ଲାଇନ – Voter Helpline App (VHA) ରହିଛି । ଯେଉଁଥିରେ ପଞ୍ଜିକରଣ ଠାରୁ ଆରମ୍ଭ କରି ସଂଶୋଧନ ପର୍ଯ୍ୟନ୍ତ ଭୋଟରଙ୍କ ସମସ୍ତ ଆବଶ୍ୟକତା ପାଇଁ ୱାନ ଷ୍ଟପ ସମାଧାନ ହିସାବରେ କାମ କରିବ । ଜିଲାପାଳ ସମସ୍ତଙ୍କୁ ଅନୁରୋଧ କରି କହିଲେ ଯେ ଆଜି ହିଁ Voter Helpline App (VHA) ଡାଉନଲୋଡ କରି ଗଣତନ୍ତ୍ରରେ ଅଂଶଗ୍ରହଣ କରନ୍ତୁ। ଜିଲାପାଳ ତଥା ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ତଥା ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ସୁବାଷ ଚନ୍ଦ୍ର ରଇତ , ଉପଜିଲାପାଳ ତଥା ଇ ଆର୍ ଓ, ସୁର୍ମି ସୋରେନ, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ବିଡ଼ିଓ କୋମନା ସର୍ବେଶର ଜାଲ, ତହସିଲଦାର ନୂଆପଡା ପ୍ରଣବ ରଞ୍ଜନ ସାହୁ, ଜିଲା ଭାଜପା ସଭାପତି କମଲେଶ କୁମାର୍ ଦୀକ୍ଷିତ, ଆଇ ଏନ ସି ରୁ ଅଭୟ ଶଙ୍କର ଯୋଶୀ, ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳରୁ ରମାକାନ୍ତ ଠାକୁର , ଆପ ରୁ ଲକ୍ଷ୍ମିକାନ୍ତ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ।