ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆସନ୍ତା ୧୧ରେ ନୂଆପଡା ଉପନିର୍ବାଚନ ହେବ । କେଉଁ ଦଳ ବାଜିମାତ କରିବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ରଣନୀତି ପ୍ରସ୍ତୁତି ଚାଲିଛି। ନୂଆପଡା ଉପର୍ନିବାଚନର ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜ ଦଳୀୟ ପାର୍ଥିଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଠାରେ ଦଳୀୟ ବୈଠକରେ ଯୋଗ ଦେଇଥିଲେ।ଏଥିସହ ନିଜ ଦଳୀୟ ବିଧାୟକ ପାର୍ଥି ଜୟ ଢୋଲକିଆଙ୍କ ସହ ମସି ଉକ୍ତ ନିର୍ବାଚନ ଅଧୀନ ଛିଣ୍ଡିପାଣି,ବାଗୁଡା,ବିଜ୍ରିପଡ଼ା ତିନୋଟି ବୁଥ ନଂ ୪୨ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ନେଇ ଭୋଟ ଭିକ୍ଷା କରିଥିବା ବିଧାୟକ ନାୟକଙ୍କ ଦପ୍ତରରୁ ସୂଚନା ମିଳିଛି । ବିଧାୟକଙ୍କ ସହ ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ଅଛନ୍ତି ।