ନୂଆପଡ଼ା ଉପନିର୍ବାଚନ: କଡ଼ାକଡ଼ି ଯାଞ୍ଚ

ନୂଆପଡ଼ା,୨୭ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ତରଫରୁ ଯାଞ୍ଚ କଡାକଡି କରାଯାଇଛି। ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ଚେକ୍‌ପୋଷ୍ଟ କରି ଯାନବାହନ ତଲାସୀ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅବକାରୀ କର୍ମଚାରୀ ୬୯ ଲିଟର ବିଅର୍‌, ୩୮ଲି. ବିଦେଶୀ ମଦ, ୪୨୪୦ଲି. ହାତ ରନ୍ଧା ମଦ,୧୦୬୨ଲି. ବାହାର ଭାଟି ମଦ, ୨୬ କେଜି ଗଞ୍ଜେଇ ଏବଂ ୧୦ କୁଣ୍ଟାଲ ୬୦୦ କେଜି ମହୁଲ ପୋଚ ଜବତ କରିଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୭୩ ଲକ୍ଷ ୧୪ ହଜାର ୧୪୨ ଟଙ୍କା ହେବ। ଏହା ସହିତ ୫ ବାଇକ୍‌ ଓ ଗୋଟିଏ ଚାରିଚକିଆ ଯାନ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩୫ ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୮୩ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ଜଣାଇଛନ୍ତି l
ଫଟୋ -ଚେକ୍‌ ପୋଷ୍ଟରେ ଯାଞ୍ଚ କରାଯାଉଛି।

Dharitri – Odisha’s No.1 Odia Daily