ନୂଆପଡ଼ା,୬ା୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇଛି।
ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏପିଡି କ୍ଷମାନିଧି ଭୋଇ, ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ପ୍ରଭୁଦତ୍ତ ବାବୁ ପ୍ରମୁଖ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀମାନଙ୍କୁ ଇଭିଏମ୍, କଣ୍ଟ୍ରୋଲ ୟୁନିଟ ଓ ଭିଭିପିଏଟି କାର୍ଯ୍ୟକାରିତା ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ।
ଜିଲାପାଳ ମଧୁସୂଦନ ଦାଶ ତାଲିମ କେନ୍ଦ୍ରରେ ଉପସ୍ଥିତ ରହି ଅଧିକାରୀମାନଙ୍କୁ ମତଦାନ ଦିବସରେ ଆବଶ୍ୟକ ସମସ୍ତ ତଥ୍ୟ ସମ୍ବନ୍ଧରେ ବ୍ୟବହାରିକ ପ୍ରଶିକ୍ଷଣ ଦେଇଥିଲେ। ଏହାସହ ଅଧିକାରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ତାଲିମ ସମୟରେ ପ୍ରିଜାଇଡିଂ ଅଫିସରମାନେ ୧୦୦ଟି ମକ୍ ଭୋଟ ଦେବା ସହ ଏହାକୁ ଭିଭିପିଏଟି ସ୍ଲିପ ସହିତ ମିଳାଇ ମକ୍ଡ୍ରିଲ କରିଥିଲେ। ସମର୍ପିତ ଭାବରେ ନିର୍ବାଚନ ଦାୟିତ୍ୱ ନିର୍ବାହ କରିବାପାଇଁ ଜିଲାପାଳ ସମସ୍ତ ଅଧିକାରୀଙ୍କୁ ଆହ୍ବାନ ଦେଇଛନ୍ତି।
Dharitri – Odisha’s No.1 Odia Daily