ନୂଆପଡ଼ା,୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୟ ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାରୁ ସଫଳତା ମିଳିଛି। ଏହା କେବଳ ଆମର ରାଜନୈତିକ ବିଜୟ ନ ଥିଲା। ବିଶ୍ବାସ ଓ ସେବାଭାବର ବିଜୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।