ନୂଆପଡା ଉପନିର୍ବାଚନ ହାଲଚାଲ: ଚା’ କରି ବାଣ୍ଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧(ବୀରେନ୍ଦ୍ର କୁମାର ଝାଙ୍କର):ଦିନକୁ ଦିନ ନୂଆପଡା ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଓ ରାଜନେତାମାନେ ନୂଆ ନୂଆ ରୂପ ଧାରଣ କରୁଛନ୍ତି। ସୋମବାର ସକାଳେ ଏଭଳି ଏକ ଦୃଶ୍ୟ ନୂଆପଡ଼ା ରାମନଗରପଡା ଛକରେ ଦେଖିବାକୁ ମିଳିଥିଲା। ଭାଜପା ଦଳର ବରିଷ୍ଠ ନେତା ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏଠାକାର ଏକ ଚା’ ଦୋକାନରେ ନିଜେ ଚା ତିଆରି କରିଥିଲେ । ଏହି ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ମନ୍ତ୍ରୀ ମହାଲିଙ୍ଗଙ୍କ ଏଭଳି ଉଦ୍ୟମ ସର୍ବସାଧାରଣରେ ଆଲୋଚନାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 

Share