ନୂଆପଡ଼ା, ୨୬ା୧୦ (ମକାରୁ ବେମାଲ):ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖରିଆର ରୋଡ୍ ଏନ୍ଏସିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ପ୍ରଶାନ୍ତ ମୁଦୁଲି, ଆୟୁବ ଖାନ, ଅଳକା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଭାଜପା ଓ କଂଗ୍ରେସର ୪୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ରାଜେଶ ନିଗମଙ୍କ ସଂଯୋଜନାରେ ଆୟୋଜିତ ସଭାରେ ରାଜେଶ ଚୌହାନ, ନନ୍ଦଲାଲ ସିଂହ, ରୀତା କାଶ୍ୟପଙ୍କ ସମେତ ଖରିଆର ରୋଡ୍ ଏନ୍ଏସି ଅନ୍ତର୍ଗତ ୧୯ ୱାର୍ଡରୁ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ନୂଆ କରି ଦଳରେ ଯୋଗ ଦେଇଥିବା ସଦସ୍ୟମାନେ ବିଜେଡି ବ୍ୟାନର ତଳେ ଖରିଆର ଓ ନୂଆପଡ଼ାର ଉନ୍ନତି ପାଇଁ ସଙ୍କଳ୍ପ ନେଇଥିଲେ।