ନୂଆଖାଇ ଭେଟଘାଟ: ଏକାଠି ହେଲେ କୈବର୍ତ୍ତ ସମାଜ

ରିଷିଡା, ୧୧।୯(ସୁଶାନ୍ତ ମଲ୍ଲିକ) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ (କୁନ୍ଦେଇପାଲି ତେଳ ନଦୀ ଛତିଘାଟଠାରେ ନୂଆଖାଇ ଭେଟଘାଟ ଗୁରୁବାର ଅନୁଷ୍ଠିତ ହୋଇଥିଲା। କର୍ଲାମୁଣ୍ଡା ବ୍ଲକ ସ୍ଥରିୟ ଦୁଇ ଆଞ୍ଚଳିକ କମିଟି ସାନ ଡୁଙ୍ଗୁରୀ ଗୁଡା ଅଞ୍ଚଳ ଏବଂ ତେରେ ସିଂହା ଆଞ୍ଚଳିକ ସମସ୍ତ କୈବର୍ତ୍ତ କେଉଟ ସମାଜ ଜାତି ଭାଇମାନେ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ। ଧବଲେଶ୍ବର ଦଣ୍ଡସେନା ଅଧ୍ୟକ୍ଷତାରେ ତେରେସିଂହା ଆଞ୍ଚଳିକ ସଭାପତି ହୁଦାନନ୍ଦ ମଲ୍ଲିକ, ସଂପାଦକ ସପ୍ତରୁଶି ମଲ୍ଲିକ ଏବଂ ସାନଡୁଙ୍ଗୁରି ଗୁଡା ଅଞ୍ଚଳ ସଭାପତି ଅଗସ୍ତି ବୁଡେକ ସଂପାଦକ କିଶୋର ଚନ୍ଦ୍ର ନାଏକ ପରିଶେଷରେ ସମସ୍ତ ଜାତି ଭାଇଙ୍କ ଉପସ୍ଥିତରେ ନୂଆଖାଇ ଭେଟଘାଟ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ସଂଯୋଜକ ସୁଶାନ୍ତ ମଲ୍ଲିକ ମୁଖ୍ୟ ଅତିଥି, ଦାମୋଦର ନାଏକ, ପଦ୍ମନାଭ ନାଏକ ସନାତନ ନାଏକ ସାଧୁ ନାଏକ,ଗଣ୍ତାରାମ ନାଏକ ନୂଆଖାଇ ଭେଟଘାଟ ଓ ସମାଜ ସଂସ୍କାର ଉପରେ ଆଲୋଚନା କରିଥିଲେ। ସାନ ତୁଙ୍ଗରୀ ଗୁଡ଼ା ,ବିନ୍ଧାନୀ,ପୁଟିଗାଁ ,ସରଗୁଲମାଲପଡା, ବେଲପଡ଼ା,ତେରେସିଂହା, ରିଷିଡ଼ା, ପୌରକେଲା,ଖରଝୁରା, ,ତାଲକୁନା,ଡୁମ୍ବେରଗୁଡ଼ା, ବିନ୍ଧାଣି, ,ସିରପୁର,ଭାନପୁର,କତେଶିର,କଶୃପଡା , ଘଟସରା ବିନେକେଲା ବହଳମୁଣ୍ତା ପୋରକେଲା, କର୍ଲାମୁଣ୍ଡା ପ୍ରମୁଖ ଶତାଧିକ ଜାତି ଭାଇ ଉପସ୍ଥିତ ରହି ସାଙ୍ଗଠନିକ ଓ ନୂଆଖାଇ ଭେଟଘାଟ ଆବାହକ ତଥା ପ୍ରତିନିଧି ସଙ୍ଗଠନକୁ ବଢାଇବା ଦିଗରେ ପ୍ରତି ମାସରେ ବୈଠକ କରି ଗାଁ ଗାଁ ବୁଲି ସଙ୍ଗଠନକୁ ମଜବୁତ କରିବା ପାଇଁ ସ୍ଥିର କରିଥିବା ନେଇ କର୍ମୀମହଲରେ ଆନନ୍ଦ ଲହରୀ ଦେଖିବାକୁ ମିଳିଥିଲା।

Share