Categories: ଜାତୀୟ

ଏନ୍‌ଏସ୍‌-୩୨ ମିଶନ ସଫଳ: ମହାକାଶକୁ ଗଲେ ୬ ପର୍ଯ୍ୟଟକ

ନୂଆଦିଲ୍ଲୀ,୩୧ା୫: ଜେଫ୍‌ ବେଜୋସ୍‌ଙ୍କ ଘରୋଇ ସ୍ପେସ୍‌ କମ୍ପାନୀ ବ୍ଲ୍ୟୁ ଅରିଜିନ୍‌ର ଏଏନ୍‌ଏସ୍‌-୩୨ ମିଶନ ଶନିବାର ସଫଳତାର ସହ ମହାକାଶ ଅଭିମୁଖେ ଯାତ୍ରା କରିଛି। ଏହି ମିଶନରେ ୬ ଜଣ ପର୍ଯ୍ୟଟକ ସାମିଲ ହୋଇଛନ୍ତି।

ସ୍ଥାନୀୟ ସମୟ ସକାଳ ୯ଟା ୩୦ ମିନିଟ୍‌ ସମୟରେ ଓ୍ବେଷ୍ଟ ଟେକ୍ସାସ୍‌ର ଲଞ୍ଚ୍‌ସାଇଟ୍‌ ଓ୍ବାନ୍‌ରୁ ମିଶନ୍‌ ଉତ୍‌କ୍ଷେପଣ କରାଯାଇଥିଲା। ଏହା କମ୍ପାନୀର ୩୨ତମ ମହାକାଶ ଯାତ୍ରା ହୋଇଥିବାବେଳେ ଦ୍ୱାଦଶ ମାନବ ସ୍ପେସ୍‌ଫ୍ଲାଇଟ୍‌। କିଛି ସପ୍ତାହ ପୂର୍ବରୁ ବ୍ଲ୍ୟୁ ଅରିଜିନ୍‌ କେବଳ ମହିଳା ସେଲିବ୍ରିଟିମାନଙ୍କୁ ମହାକାଶ ପଠାଇଥିଲା।

Share