ଗଜପତି,୨।୧୧(ଗିରିଧାରୀ ପରିଛା): ଉପାନ୍ତ ଗଜପତି ଜିଲାରେ ଆନ୍ଧ୍ର ସହ ଗମନା ଗମନ ସୁବିଧା ଏବଂ ବ୍ୟବସାୟିକ ଦୃଷ୍ଟି କୋଣରୁ ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ଉଦ୍ଦେଶ୍ୟରେ ବହୁଦିନ ଧରି ଲୋକଙ୍କ ଦାବି ରହିଥିଲା। ବଂଶ ଧାରା ନଦୀ ଉପରେ ୨ଗୋଟି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିଛି । ଦୁଇଟି ସେତୁ ନିର୍ମାଣ ପାଇଁ ଏହି ଦୁଇଗୋଟି ସେତୁ ଗୋଟିଏ ହେଉଛି କାଶୀନଗର ବ୍ଲକର ବୁଦୁରା ଠାରୁ ଆନ୍ଧ୍ରର ଲିହୁରି ପର୍ଯ୍ୟନ୍ତ ଅନ୍ୟଟି ଗୋଶାଣୀ ବ୍ଲକର ଶବରା ଠାରୁ ପଦ୍ମପୁର ପର୍ଯ୍ୟନ୍ତ ମହେନ୍ଦ୍ର ତନୟା ନଦୀ ଉପରେ। ଏହି ୨ ଆନିକଟ ନିର୍ମାଣ ହେଲେ ସ୍ଥାନୀୟ ଲୋକେ ଆନ୍ଧ୍ରକୁ ଯିବାପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। ପୂର୍ବରୁ ଆନ୍ଧ୍ରକୁ ଯିବାକୁ ହେଲେ ଦୂର ରାସ୍ତା ପଡୁଥିବା ବେଳେ ଖର୍ଚ୍ଚ ଅଧିକ ପଡୁଥିଲା । ସେଥିରୁ ଜନ ସାଧାରଣ ମୁକ୍ତି ପାଇବେ । କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘଦିନ ଧରି ଉଭୟ ରାଷ୍ଟ୍ରକୁ ସଂଯୋଗ କରିବା ପାଇଁ ଲୋକଙ୍କ ଦାବି ଅନୁସାରେ ପ୍ରସ୍ତାବ ଦିଆଯାଇଥିଲା। ବର୍ତ୍ତମାନ ସେଥିରେ ମୋହର ବାଜିଛି । ଏହାସହ ପାରଳାଖେମୁଣ୍ଡି ସହରର ବାଇପାସ ରୋଡ଼ ପାଇଁ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଜମି ଅଧିକରଣ କାର୍ଯ୍ୟ ମଧ୍ୟ ଜାରି ରହିଛି । ଯଥାଶୀଘ୍ର ତାହାର କାମ ଆରମ୍ଭ ହେବ। ତେଣୁ ଆଜି ଏକ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ, ଗ୍ରାମ୍ୟଉନୟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।