କେସିଙ୍ଗା,୧୬।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ୯ ତାରିଖରୁ ୧୬ ତାରିଖ ଦୀର୍ଘ ୮ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବାବେଳେ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ଉକ୍ତ ଉଦ୍ଯାପନୀ ଉତ୍ସବରେ ଅନେକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିବାବେଳେ ଅଧ୍ୟକ୍ଷ ପାଢ଼ୀ ପ୍ରଶିକ୍ଷିତ ଛାତ୍ରୀମାନଙ୍କୁ ପ୍ରଶିକ୍ଷିଣର ସଦୁପଯୋଗ କରିବା, ଯେକୌଣସି ଅସ୍ବାଭାବିକ ପରିସ୍ଥିତିକୁ ମୁକାବିଲା କରିବା, ତାଲିମ ନେଇଥିବା କୌଶଳର ଅପବ୍ୟବହାର ନ କରିବା ଭଳି ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରର ଭାରପ୍ରାପ୍ତ ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ଦୋରା ଦାୟିତ୍ୱ ତୁଲାଇଥିବାବେଳେ, ମାଷ୍ଟର ଟ୍ରେନର ତପସ୍ବିନୀ ମାଝୀ ଓ ନେପୂରା ମାଝୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତକାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଶ୍ୱିନୀ ପାଇକରାୟ ଉପସ୍ଥିତ ଥିବାବେଳେ, ପ୍ରଶିକ୍ଷଣ ନେଇଥିବା ଛତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।