ପିପିଇ କିଟ୍‌ ତଳେ ପୋଷାକ ନ ପିନ୍ଧିବା ଯୋଗୁ ଏହି ନର୍ସଙ୍କୁ ନେଇ ହୋଇଥିଲା ହଙ୍ଗାମା: ଏବେ ହେଲେ ନ୍ୟୁଜ ଆଙ୍କର

ରୁଷର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସ ନାଦିଆ ଜୁକୋଭା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥର ନାଦିଆଙ୍କୁ ଏକ ଚ୍ୟାନେଲରେ ନ୍ୟୁଜ ଆଙ୍କର୍‌ ଭାବେ ଦେଖିବାକୁ ମିଳିଛି। ଯାହା ଆଲୋଚନାର କାରଣ ପାଲଟିଛି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମସ୍କୋ ଦକ୍ଷିଣରେ ତୁଲା ନାମକ ଏକ ସ୍ଥାନରେ ନାଦିଆଙ୍କୁ ଏକ ସ୍ଥାନୀୟ ଟିଭି ଚ୍ୟାନେଲଦ୍ୱାରା ଆଙ୍କର ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ସେ ସେଠାରେ ପାଣିପାଗ ଉପସ୍ଥାପିକା ଭାବ କାର୍ଯ୍ୟ କରିବେ। ପରେ ସେ ଜଣେ ନର୍ସ ଭାବରେ ମଧ୍ୟ କାର୍ଯ୍ୟ ଜାରି ରଖିବେ।

କୁହାଯାଇଛି ଯେ, ସେ ପାଣିପାଗର ପୂର୍ବାନୁମାନ ଆଙ୍କର୍‌ ପାଇଁ ଫିଟ୍‌ । ଏଥିସହ ସେ ଜଣେ ନର୍ସ ଭାବରେ କାର୍ଯ୍ୟ କରି ଡାକ୍ତର ହେବାର ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହେବେ। କାରଣ ତାଙ୍କ ପ୍ରଶିକ୍ଷଣ ମଧ୍ୟ ଜାରି ରହିଛି।

ତେବେ ପୂର୍ବରୁ ନାଦିଆଙ୍କୁ ରୁଷର ଏକ କ୍ରୀଡା ପୋଷାକ ବ୍ରାଣ୍ଡ ତରଫରୁ ଏକ ମଡେଲ ଭାବରେ ଏକ ଦାୟିତ୍ୱ ପ୍ରଦାନ କରାଯାଇଥିଲା, ମାତ୍ର ସେ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ସେ କେବଳ ଔଷଧ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ।

ଆଙ୍କରକୁ ହେବାକୁ ନେଇ ସେ କହିଛନ୍ତି, ମୋ ପାଇଁ ଏକ ବଡ଼ କଥା। ଏହି ସୁଯୋଗ ପାଇଁ ସେ ଚ୍ୟାନେଲକୁ ଧନ୍ୟବାଦ ଜଣାଇବା ସହ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ ବୋଲି କହିଛନ୍ତି।

ରୁଷର ଏକ ଡାକ୍ତରଖାନାରେ ପିପିଇ କିଟ ତଳେ ପିନ୍ଧିଥିବା ପୋଷାକ ପାଇଁ ସେ ପ୍ରଥମେ ସମାଲୋଚନାର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ, ୨୩ ବର୍ଷୀୟ ନାଦିଆଙ୍କୁ ଡ୍ରେସ କୋଡ୍‌ ଅନୁପଯୁକ୍ତ ଅଭିଯୋଗରେ ହସ୍ପିଟାଲରୁ ବହିଷ୍କାର କରାଯାଇଥିଲା।

ହସ୍ପିଟାଲରୁ ନାଦିଆଙ୍କ ଚିତ୍ର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା, ସେ ରୁଷର ହଟ ନର୍ସ ଭାବରେ ମଧ୍ୟ ଜଣାଶୁଣା ଥିଲେ ହେଁ ଅନେକ ଲୋକ ତାଙ୍କୁ ସମାଲୋଚନା କରିବା ସହିତ ଡାକ୍ତରଖାନାକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଥିଲା।

ନାଦିଆ କହିଛନ୍ତି ଯେ, କ୍ରମାଗତ ଭାବରେ ପିପିଇକିଟ ପିନ୍ଧିବା କାରଣରୁ ସେ ଅତ୍ୟଧିକ ଗରମ ଅନୁଭବ କରିଥାନ୍ତି। ମାତ୍ର ସେ ଏଥିରୁ ବିରତି ମଧ୍ୟ ନେଇ ନାହାଁନ୍ତି, ତେଣୁ ସେ ପିପିଇ ତଳେ କେବଳ ଭିତର ଏଭଳି ପୋଷାକ ପିନ୍ଧି କାମ କରିବା ଭଲ ବୋଲି ଭାବିଥିଲେ।