ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ ବାରିହାପୁର ପଇଁନ୍ତିରିଆ ସାହିର ଦିଲ୍ଲୀପ ଦେହୁରୀ । ସେ ଦୀର୍ଘ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ମଗାଇ ପରଜଙ୍ଗ ଅଞ୍ଚଳ ତଥା ଜିଲା ବାହାରକୁ ଚାଲାଣ କରିଥାଏ ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ଦିଲ୍ଲୀପଙ୍କ ଘର ଏବଂ ଦୋକାନରେ ଚଢ଼ାଉ କରି ସେଠାରୁ ୪ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୨୦ ପେଟିରୁ ଉର୍ଦ୍ଧ୍ୱ ବିଦେଶୀ ମଦ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ସୂତ୍ରରୁ ପ୍ରକାଶ। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ଟିମ ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲେ। ତେବେ ମାଫିଆ ଜଣଙ୍କ ଦୀର୍ଘ ଦିନ ହେବ ବାହାର ରାଜ୍ୟରୁ ଗଞ୍ଜେଇ ଆଣି ଢେଙ୍କାନାଳର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏ ନେଇ ଅଭିଯୁକ୍ତକୁ ଗିରଫ ପରେ ତଦନ୍ତ ଆରମ୍ଭ କରି ଦେଇଛି ଅବକାରୀ ବିଭାଗ।

 

Dharitri – Odisha’s No.1 Odia Daily