୫ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଲାଗିଲା ନୋଟିସ :୩୦ ଦିନ ମଧ୍ୟରେ କୋର୍ଟରେ ହାଜର ନହେଲେ ବ୍ୟାଜ୍ୟାପ୍ତ ହେବ ସମ୍ପତ୍ତି

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସାନଖେମୁଣ୍ଡି ଜେଏମ୍‌ଏଫସି କୋର୍ଟ ସମେତ ବିଭିନ୍ନ କୋର୍ଟ ପକ୍ଷରୁ ଭଞ୍ଜନଗର ଥାନା ଅଞ୍ଚଳର ୫ ଜଣ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଭଞ୍ଜନଗର ପୋଲିସ ସହାୟତାରେ କୋର୍ଟରେ ହାଜର ପାଇଁ ଶନିବାର ନୋଟିସ ଯାଇଛି । ଆସାମୀ ମାନଙ୍କ ନାମରେ ବିଭିନ୍ନ କୋର୍ଟ ପକ୍ଷରୁ ପୂର୍ବରୁ ୱାରେଣ୍ଟ ବାହାରିଥିଲେ ମଧ୍ୟ ସେମାନେ କୋର୍ଟ କିମ୍ବା ଥାନାରେ ହାଜର ହେଉନାହାନ୍ତି। ତେଣୁ ସେମାନଙ୍କ ନାମରେ ବର୍ଷଧବର୍ଷ ଧରି ୱାରେଣ୍ଟ ଗଡୁଛି। କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିପାରୁନାହିଁ । ଆସାମୀ ମାନଙ୍କ ସ୍ଥାବର, ଅସ୍ତାବାର ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବା ପାଇଁ କୋର୍ଟ ପକ୍ଷରୁ ବର୍ତ୍ତମାନ ପ୍ରକ୍ରିୟା ଆରମ୍ଭ ହୋଇଛି।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସାମୀ ମାନେ ଆଜିଠୁ ୩୦ ଦିନ ମଧ୍ୟରେ କୋର୍ଟରେ କିମ୍ବା ଥାନାରେ ହାଜର ହେବେ। ଯଦି ଅଭିଯୁକ୍ତ ମାନେ ହାଜର ନ ହେବେ ତେବେ ସେମାନଙ୍କ ନାମରେ ଥିବା ସ୍ଥାବର ଓ ଅସ୍ତାବର ସମ୍ପତ୍ତି ସବୁ ବ୍ୟାଜ୍ୟାପ୍ତ କରାଯିବ। ତେଣୁ ପୋଲିସ ଶନିବାର ଭଞ୍ଜନଗର ସହର ବଡ ଧୋବାସାହି, ରଥସାହି, ରେଡକ୍ରସ ରୋଡ, ନୂଆଁ ଗୁଜରାଲି, ସାର୍ଦୁଳ ଗ୍ରାମର ୫ ଜଣଙ୍କ ଘର ସମ୍ମୁଖରେ ନୋଟିସ ମାରିଚି। ଏଥିସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା ମଧ୍ୟ କରାଯାଇଛି । ଏନେଇ ଭଞ୍ଜନଗର ଥାନା ଅଧିକାରୀଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ଫୋନ ନଉଠାଇବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ।୫ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଲାଗିଲା ନୋଟିସ :୩୦ ଦିନ ମଧ୍ୟରେ କୋର୍ଟରେ ହାଜର ନହେଲେ ବ୍ୟାଜ୍ୟାପ୍ତ ହେବ ସମ୍ପତ୍ତି ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସାନଖେମୁଣ୍ଡି ଜେଏମ୍‌ଏଫସି କୋର୍ଟ ସମେତ ବିଭିନ୍ନ କୋର୍ଟ ପକ୍ଷରୁ ଭଞ୍ଜନଗର ଥାନା ଅଞ୍ଚଳର ୫ ଜଣ ୱାରେଣ୍ଟିଙ୍କ ଘର ସମ୍ମୁଖରେ ଭଞ୍ଜନଗର ପୋଲିସ ସହାୟତାରେ କୋର୍ଟରେ ହାଜର ପାଇଁ ଶନିବାର ନୋଟିସ ଯାଇଛି । ଆସାମୀ ମାନଙ୍କ ନାମରେ ବିଭିନ୍ନ କୋର୍ଟ ପକ୍ଷରୁ ପୂର୍ବରୁ ୱାରେଣ୍ଟ ବାହାରିଥିଲେ ମଧ୍ୟ ସେମାନେ କୋର୍ଟ କିମ୍ବା ଥାନାରେ ହାଜର ହେଉନାହାନ୍ତି। ତେଣୁ ସେମାନଙ୍କ ନାମରେ ବର୍ଷଧବର୍ଷ ଧରି ୱାରେଣ୍ଟ ଗଡୁଛି। କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିପାରୁନାହିଁ । ଆସାମୀ ମାନଙ୍କ ସ୍ଥାବର, ଅସ୍ତାବାର ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବା ପାଇଁ କୋର୍ଟ ପକ୍ଷରୁ ବର୍ତ୍ତମାନ ପ୍ରକ୍ରିୟା ଆରମ୍ଭ ହୋଇଛି।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସାମୀ ମାନେ ଆଜିଠୁ ୩୦ ଦିନ ମଧ୍ୟରେ କୋର୍ଟରେ କିମ୍ବା ଥାନାରେ ହାଜର ହେବେ। ଯଦି ଅଭିଯୁକ୍ତ ମାନେ ହାଜର ନ ହେବେ ତେବେ ସେମାନଙ୍କ ନାମରେ ଥିବା ସ୍ଥାବର ଓ ଅସ୍ତାବର ସମ୍ପତ୍ତି ସବୁ ବ୍ୟାଜ୍ୟାପ୍ତ କରାଯିବ। ତେଣୁ ପୋଲିସ ଶନିବାର ଭଞ୍ଜନଗର ସହର ବଡ ଧୋବାସାହି, ରଥସାହି, ରେଡକ୍ରସ ରୋଡ, ନୂଆଁ ଗୁଜରାଲି, ସାର୍ଦୁଳ ଗ୍ରାମର ୫ ଜଣଙ୍କ ଘର ସମ୍ମୁଖରେ ନୋଟିସ ମାରିଚି। ଏଥିସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା ମଧ୍ୟ କରାଯାଇଛି । ଏନେଇ ଭଞ୍ଜନଗର ଥାନା ଅଧିକାରୀଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ଫୋନ ନଉଠାଇବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ।