Mahua Moitra: ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମାମଲାରେ ହାଇକୋର୍ଟରୁ ନିରାଶ ହେଲେ ମହୁଆ

ନୂଆଦିଲ୍ଲୀ,୧୯।୧: ପୂର୍ବତନ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ନିରାଶ ହୋଇଛନ୍ତି। ୨୦୧୪ ଜାନୁଆରୀ ୧୬ରେ ବଙ୍ଗଳା ଖାଲି କରିବାକୁ ସେ ଏକ ନୋଟିସ୍‌ ପାଇଥିଲେ। ଦିଲ୍ଲୀ ହାଇକୋର୍ଟ ଗୁରୁବାର ଉକ୍ତ ନୋଟିସ ଉପରେ ରୋକୋ ଲଗାଇବାକୁ ମନା କରିଦେଇଛନ୍ତି। ସଦସ୍ୟତା ଚାଲିଯିବା ପରେ ଏମ୍‌ପିମାନଙ୍କୁ ସରକାରୀ ବଙ୍ଗଳାରୁ ବାହାର କରିବା ନେଇ କୌଣସି ବିଶେଷ ନିୟମର ଉଲ୍ଲଂଘନ ହୋଇ ନ ଥିବା ଦର୍ଶାଇ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

୨୦୨୩ ଡିସେମ୍ବର ୮ରେ ଲୋକ ସଭାରୁ ବହିଷ୍କୃତ ହୋଇଥିଲେ ମହୁଆ। ଏହାପରେ ତାଙ୍କୁ ତୁରନ୍ତ ଏମ୍‌ପି ଭାବେ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ହେଲେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଗିରିଶ କାଠପାଲିଆଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ସରକାରୀ ନିର୍ଦ୍ଦେଶ ଉପରେ ରୋକୋ ଲଗାଇବାକୁ ମନା କରିଛନ୍ତି।

ଏଥିକ୍ସ କମିଟିର ଯାଞ୍ଚରେ ମହୁଆ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ ତାଙ୍କ ଉପରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ହୋଇଥିଲା। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଏହି ଅଭିଯୋଗ କରିଥିଲେ। ଏହାପରେ ମହୁଆ ଦିଲ୍ଲୀ ହାଇକୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ।

Share
Tags: mahua moitra