Categories: Home Leftଖେଳ

ବିରାଟଙ୍କ ଉଇକେଟ ପରେ ଦର୍ଶକଙ୍କ ନୀରବତା ଦେଇଥିଲା ଆତ୍ମସନ୍ତୁଷ୍ଟ: ଅଷ୍ଟ୍ରେଲିଆ ଅଧିନାୟକ କୁମିନ୍ସ

ନୂଆଦିଲ୍ଳୀ,୨୧ା୧୧: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିଲା। ବିଶ୍ୱକପ ବିଜୟ ମଧ୍ୟରେ ବିରାଟ କୋହଲିଙ୍କ ଉଇକେଟ ଆତ୍ମସନ୍ତୁଷ୍ଟି ପ୍ରଦାନ କରିଥିଲା ବୋଲି କହିଛନ୍ତି କୁମିନ୍ସ।

ଏହି ଉଇକେଟ ପତନ ପରେ ୯୦ ହଜାର ଦର୍ଶକ ଯେତେବେଳେ ନୀରବ ହୋଇଯାଇଥିଲେ ତାହା ବେଶ୍‌ ସନ୍ତୋଷଜନକ ଥିଲା। ପଞ୍ଚମ ଅଷ୍ଟ୍ରେଲୀୟ ଅଧିନାୟକ ଭାବେ କୁମିନ୍ସ ବିଶ୍ୱକପ ଜିତିଥିବା ବେଳେ ଏହା ତାଙ୍କୁ ଆଉଥରେ ଦିନିକିଆ କ୍ରିକେଟ ପ୍ରେମରେ ପକାଇଛି ବୋଲି କହିଛନ୍ତି।

ବିରାଟ କୋହଲି ୫୪ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ କୁମିନ୍ସ ତାଙ୍କୁ ବୋଲ୍ଡ କରିଥିଲେ। କୋହଲିଙ୍କୁ ଆଉଟ କରିବାର ମୁହୂର୍ତ୍ତ ଏତେ ବଡ଼ ରହିଥିଲା କି ଅଷ୍ଟ୍ରେଲିଆ ଦଳ ପୁନର୍ବାର ଏକ ହଡଲ୍‌ରେ ଠିଆ ହୋଇଥିଲା। କୋହଲି ଆଉ ଏକ ଭଲ ଇନିଂସ ଖେଳିଥିବା ବେଳେ ସେ ଶତକ ହାସଲ କରିବା ନେଇ ସମଗ୍ର ଅଷ୍ଟ୍ରେଲିଆ ଦଳ ଆଶା କରୁଥିଲା। ତେବେ କୋହଲିଙ୍କ ଉଇକେଟ ପତନ ପରେ ଯେତେବେଳେ ସମଗ୍ର ଷ୍ଟାଡିୟମ ନୀରବି ଯାଇଥିଲା ସେହି ମୁହୂର୍ତ୍ତକୁ ସମ୍ମାନ ଦେବା ପାଇଁ ଆମେ ଆଉ ଥରେ ହଡଲ୍‌ରେ ଛିଡା ହୋଇଥିଲୁ। ଏହା ପୂର୍ବରୁ କୁମିନ୍ସ ଅଷ୍ଟ୍ରେଲିଆକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଓ ଆଶେସ୍‌ରେ ମଧ୍ୟ ବିଜୟୀ କରିଥିଲେ।