ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍ ହୋଇଯାଇଛି। ଗୋଟିଏ ଦିନ ପୂର୍ବରୁ ହଠାତ୍ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଯିବା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଥିଲା। କିନ୍ତୁ ତାଙ୍କ ଆକାଉଣ୍ଟ ପୁଣି ଥରେ ଆକ୍ଟିଭ୍ ହୋଇଛି।
ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ପୋଷ୍ଟ ପାଇଁ ୧୨ କୋଟି ନିଅନ୍ତି। କୋହଲି ନିଶ୍ଚିତ ଭାବରେ ଇନଷ୍ଟାରୁ ସର୍ବାଧିକ ରୋଜଗାର କରୁଥିବା କ୍ରିକେଟର। କିନ୍ତୁ ଇନଷ୍ଟାଗ୍ରାମରୁ ସର୍ବାଧିକ ରୋଜଗାର କରୁଥିବା ଖେଳାଳି ହେଉଛନ୍ତି ପର୍ତ୍ତୁଗାଲ ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ। କ୍ରିଷ୍ଟିଆନୋ ରୋନାଲ୍ଡ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୩.୨୩ ମିଲିୟନ କିମ୍ବା ୨୭ କୋଟି ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଇନଷ୍ଟାଗ୍ରାମରେ ସର୍ବାଧିକ ରୋଜଗାର କରୁଥିବା ଖେଳାଳି ଭାବରେ ରୋନାଲ୍ଡୋ ଅଛନ୍ତି।