Categories: Home Leftଖେଳ

‘ମୋତେ ଗୁଳି କରାଯାଇନି’

ନୂଆଦିଲ୍ଲୀ,୧୦।୧୧: ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଦୃର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଏକ ଭିଡିଓ ଜାରି କରିଛନ୍ତି ନିଶା।

ଗତ ସପ୍ତାହରେ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଆଣିଥିବା ନିଶା ଓ ତାଙ୍କ ଭାଇ ସୁରଜଙ୍କୁ ସୋନିପତସ୍ଥିତ ସୁଶୀଲ କୁମାର ରେସଲିଂ ଏକାଡେମୀଠାରେ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।