କେବଳ ରଙ୍ଗ ସବୁକିଛି ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ଏସବୁ ଅଭିନେତ୍ରୀ

ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏହାର ବ୍ୟୁଟି କ୍ରିମ ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ରୁ ଫେୟାର ଶବ୍ଦକୁ ହଟାଇଦେଇଛି। ବର୍ଣ୍ଣବୈଷମ୍ୟବାଦ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି କମ୍ପାନୀ। ତେବେ କେବଳ ରଙ୍ଗ ସବୁକିଛି ତାହା ନୁହେଁ। ଗୋରା ରଙ୍ଗ ଥିଲେ ଜଣେ ସଫଳତା ପାଇପାରିବ ତାହା ଭୁଲ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍‌ର ଅନେକ ଅଭିନେତ୍ରୀ। ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନଙ୍କ ରଙ୍ଗ ଶ୍ୟାମଳ ହୋଇଥିଲେ ମଧ୍ୟ ସେ ବଲିଉଡ୍‌ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି।

ବିପାଶା ବଶୁ: ଏକ ସମୟ ଥିବା ବିପାଶ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜାନ୍‌ ସାଜିଥିଲେ। ତାଙ୍କ ଫିଲ୍ମ ଏବଂ ଗୀତକୁ ଏବେ ବି ଲୋକେ ମନେ ପକାଉଛନ୍ତି।

ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ର ଏକମାତ୍ର ଅଭିନେତ୍ରୀ ଯିଏକି ସମଗ୍ର ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବଲିଉଡ୍‌ ସମେତ ହଲିଉଡ୍‌ରେ ମଧ୍ୟ ଏକ ବଡ଼ ନାମ ପ୍ରିୟଙ୍କା। ଏଥିସହ ସେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଡ୍‌ଓ୍ବିଲ ଆମ୍ବାସେଡର ମଧ୍ୟ।

ଦୀପିକା ପାଦୁକୋନ: ଦୀପିକା ବର୍ତ୍ତମାନ ସମୟରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ନାମ। ହଲିଉଡ୍‌ରେ ମଧ୍ୟ ତାଙ୍କର ଚର୍ଚ୍ଚା ହେଉଛି।

କୋଙ୍କଣା ସେନ୍‌: କୋଙ୍କଣା ବଲିଉଡ୍‌ର ଅନେକ ସଫଳ ସିନେମାରେ ଅଭିନୟ କରିସାରିଛନ୍ତି।

ମଲାଇକା ଅରୋରା:
ମଲାଇକା ଅରୋରା ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଏବେ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଫିଟ୍‌ କଳାକାରଙ୍କ ମଧ୍ୟରେ ଜଣେ। ତାଙ୍କ ସୌନ୍ଦର୍ଯ୍ୟର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।

ଶିଳ୍ପା ଶେଟ୍ଟୀ: ଏକଦା ଶିଳ୍ପା ବଲିଉଡ୍‌ର ସଫଳ ଅଭିନେତ୍ରୀ ଥିଲେ। ଏବେ ସେ ଫିଟ୍‌ନେସ୍‌ ଗୁରୁଭାବେ ବେଶ୍‌ ପରିଚିତ। ଏବେ ସେ ସୁସ୍ଥ ରହିବାର ଟିପ୍ସ ପ୍ରଶଂସକଙ୍କୁ ଦେଉଛନ୍ତି।

ଲାରା ଦତ୍ତା:ବଲିଉଡ୍‌ର ସେକ୍ସି ଅଭିନେତ୍ରୀଙ୍କ ମଧ୍ୟରେ ଲାରାଙ୍କ ନାମ ଗଣଣା କରାଯାଏ। ତାଙ୍କ ଲୁକ୍‌କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ।