ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରିଛକ ଉପରେ ରହିଥିବା ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଶୋଚନୀୟ ହୋଇପଡିଛି ଉଦଘାଟନ ହେବାର ମାତ୍ର ୨୦ ମାସ ବିତିଥିବା ବେଳେ ଏବେ ଉକ୍ତ ବିଶ୍ରାମାଗାର ଟି ବ୍ୟବହାର ଉପଯୋଗୀ ହୋଇପାରୁନ। ପ୍ରକାଶ ଯେ, ଗତ ୨୦୨୩ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ତତ୍କାଳ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ଯାତ୍ରୀ ବିଶ୍ରାମାଗାର ଲୋକାର୍ପଣ କରାଯାଇଥିଲା। କିଛି ଦିନ ଠିକ ଠାକ ସଫେଇ କରାଯାଉଥିବା ବେଳେ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି ବାହାରେ ଚକାଚକ ଦିଶୁଥିବା ବେଳେ ଭିତରେ ପ୍ଲାଷ୍ଟିକ, ଅଇଁଠା ଖଲିପତ୍ର, ପାନ ଛେପ, ଗୁଟକାର ଖାଲି ପ୍ଲାଷ୍ଟିକ ଆଦି ପଡ଼ି ପୁତ୍ତିମୟ ଗନ୍ଧ ସୃଷ୍ଟି ହେଉଛି । ପୂର୍ବ ଭଳି ଯେତେବେଳେ ବିଶ୍ରାମାଗାର ନ ଥିଲା ଯାତ୍ରୀଙ୍କ ଯେଉଁ ଅବସ୍ଥା ହୋଇଥିଲା ଏବେ ପୁଣି ସେହି ଅବସ୍ଥା ସୃଷ୍ଟି ହୋଇଛି । ଯାତ୍ରୀମାନେ ବାରଦ୍ୱାର ବିଶ୍ରାମ ନେବାକୁ ବୁଲୁଛନ୍ତି ଖରା, ବର୍ଷା ଯାତ୍ରୀମାନେ ହଟହଟା ଭୋଗୁଛନ୍ତି ବିଶ୍ରାମ ନେବା ପାଇଁ ଆଉ କୌଣସି ବିକଳ୍ପ ନ ଥିବାରୁ ବହୁତ ହଇରାଣ ହେଉଛନ୍ତି ଯାତ୍ରୀ । ଏହାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଘରିିବୁଲୁଛି ଏହାକୁ ରକ୍ଷଣବେକ୍ଷଣ କରିବା ସହ ଦୈନିକ ସଫେଇ କରିବା ବ୍ୟବସ୍ଥା କରିବାକୁ ଦାବି ହେଉଛି ।
ସୂଚନା ଯୋଗ୍ୟ, ଉକ୍ତ ଜମିରେ ଯାତ୍ରୀ ବିଶ୍ରାମାଗାର ସ୍ଥାପନ କରାଯିବା ପାଇଁ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଦାବି କରିବା ସହ ଜମି ବିବାଦ ଉପୁଜିଥିଲା ଏଥିରେ ପ୍ରଶାସନ ଓ ଦୁଇ ଅସନ୍ତୋଷ ଗୋଷ୍ଠୀକୁ ନେଇ ଶେଷରେ ସମାଧାନର ବାଟ ବାହାର କରି ସେଠାରେ ବିଶ୍ରାମାଗାର ସ୍ଥାପନ କରାଯାଇଥିଲା କିନ୍ତୁ ଏବେ ଯେଉଁ ଯାତ୍ରୀଙ୍କ ଉଦ୍ଧେଶ୍ୟରେ ଏହା କରାଯାଇଥିଲା ସେମାନଙ୍କକୌଣସି କାର୍ଯ୍ୟରେ ଆସୁ ନ ଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।