ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ ୧୫ରେ ନିର୍ବାଚନ କରାଯାଇଥିଲା। ଏଥିରେ କିମ୍‌ଙ୍କ ଓ୍ବାର୍କର ପାର୍ଟି ଅଫ୍‌ କୋରିଆ ଏବଂ ସହଯୋଗୀ ଦଳଗୁଡିକୁ ୯୯.୯୩ % ଭୋଟ ମିଳିଛି। କିମ୍‌ଙ୍କ ନେତୃତ୍ୱରେ ଓ୍ବାର୍କର ପାର୍ଟି ଅଫ୍‌ କୋରିଆ ଏବଂ ଏହାର ସହଯୋଗୀ ଦଳ ଶତ ପ୍ରତିଶତ ଭୋଟରେ ବିଜୟୀ ହେବା କେବଳ ଉତ୍ତର କୋରିଆ ରାଜନୀତି ନୁହେଁ, ବୈଶ୍ୱିକସ୍ତରରେ ହଇଚଇ ସୃଷ୍ଟି କରିଛି। ଦ୍ୱିତୀୟ ଥର ପାଇଁ କିମ୍‌ ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି।

ନିର୍ବାଚନରେ ଶତ ପ୍ରତିଶତ ଭୋଟ (୯୯.୯୯) ପଡ଼ିଥିଲା ବେଳେ କିମ୍‌ଙ୍କ ଦଳକୁ ୯୯.୯୭ % ଭୋଟ୍‌ ମିଳିଛି। ତେବେ ସରକାରୀସ୍ତରରେ କିମ୍‌ଙ୍କୁ ୯୯.୯୩ ପ୍ରତିଶତ ଭୋଟ୍‌ ମିଳିଥିବା କୁହାଯାଇଛି। ଏହି ନିର୍ବାଚନରେ କେବଳ ୦.୦୦୩୭ ଭୋଟର ନିର୍ବାଚନ ସମୟରେ ବିଦେଶରେ ରହିଥିବା କିମ୍ବା ସମୁଦ୍ର ଭିତରେ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମତଦାନ କରିପାରିନାହାନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ନିର୍ବାଚନରେ କିମ୍‌ଙ୍କ ବିରୋଧରେ କୌଣସି ଦଳ ନିର୍ବାଚନ ଲଢୁ ନ ଥିଲେ।

Share