ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ ରାଜପଥରେ ଏବେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି । ସୂଚନା ଅନୁସାରେ, ବ୍ଲକର ସୁଙ୍କି ଥାନା ଅଧୀନସ୍ଥ ଆନ୍ଧ୍ର ଓଡ଼ିଶା ସୀମାନ୍ତ ୨୬ନଂ ଜାତୀୟ ରାଜପଥର ବୁଲାଣିଆ ରାସ୍ତାରେ ଏକ ଟ୍ରଲର୍ ଗାଡ଼ି ପଟ୍ଟାଙ୍ଗି ଅଭିମୁଖେ ଆସୁଥିବା ସମୟରେ ଟ୍ରଲର୍ ଗାଡ଼ିରେ ଲୋଡ ହୋଇଥିବା ଭାରି ଯନ୍ତ୍ରାଂଶ ଗୁଡ଼ିକ ରାସ୍ତା ତଥା ଉକ୍ତ ବୁଲାଣିଆ ସ୍ଥାନରେ ଖସି ପଡିଥିଲା । ଯାହାଫଳରେ ରାଜପଥ ଦୀର୍ଘ ସାଢେ ୫ ଘଣ୍ଟା କାଳ ଅବରୋଧ ହୋଇ ପଡିଥିଲା । ଖବରପାଇ ସୁଙ୍କି ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳେ ପହଞ୍ଚି ଟ୍ରଲର୍ରୁ ରାସ୍ତାକୁ ଖସିପଡିଥିବା ଯନ୍ତ୍ରାଂଶକୁ ଉଠାଇ ରାଜପଥ ଅବରୋଧ ହଟାଇବା ପାଇଁ ପ୍ରାୟ ସାଢେ ପାଞ୍ଚ ଘଣ୍ଟା ଲାଗି ଯାଇଥିଲା ॥ ଯାହାପରେ ଆନ୍ଧ୍ର ଏବଂ ଓଡ଼ିଶା ପଟ୍ଟାଙ୍ଗି ଅଭିମୁଖେ ଆସିବାକୁ ଥିବା ସମସ୍ତ ଗାଡ଼ି ଚଳାଚଳରେ ସ୍ବାଭାବିକ ହୋଇଥିଲା । ସେପଟେ ଏହି ସମୟରେ ଭାରି ବର୍ଷା ହେବା ଦ୍ୱାରା ରାସ୍ତା ଉପରେ ପଡି ରହିଥିବା ଯନ୍ତ୍ରାଂଶ ଗୁଡ଼ିକକୁ ହଟାଇବା ପାଇଁ ବାଧା ସୃଷ୍ଟି ହୋଇଥିଲା ।