ନୂଆଦିଲ୍ଲୀ,୧୬।୧୦: ଜେଡିୟୁର ବରିଷ୍ଠ ନେତା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତର କେସି ତ୍ୟାଗୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ସମସ୍ତ ଭାଜପା ନେତା ସର୍ବସମ୍ମତିକ୍ରମେ ଘୋଷଣା କରିଛନ୍ତି ଯେ, ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ହେବେ।
ଉଲ୍ଲେଖନୀୟ ଯେ, ଏନଡିଏରେ ଉପେନ୍ଦ୍ର କୁଶୱାହା, ଚିରାଗ ପାସୱାନ ଏବଂ ଜିତନ ରାମ ମାଞ୍ଝିଙ୍କ ଦଳ ସହିତ ଭାଜପା ଏବଂ ଜେଡିୟୁ ସାମିଲ ଅଛନ୍ତି। ଏହି ସମସ୍ତ ଦଳ ଏକାଠି ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି।
କେସି ତ୍ୟାଗୀଙ୍କ ବୟାନ ମଧ୍ୟ ଏପରି ସମୟରେ ଆସିଛି ଯେତେବେଳେ ବିହାରର ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି, ନୀତିଶ କୁମାର ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଅନେକ ବିରୋଧୀ ନେତା ଏହା ମଧ୍ୟ କହିଛନ୍ତି ଯେ, ଭାଜପା ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବ ନାହିଁ।