ଖଜୁରିପଡ଼ା,୧୫ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ବଲସକୁମ୍ପା ପଞ୍ଚାୟତର ନୂଆଁ ସାହି, ଜାମ୍ବୁସାହି, ସୁନ୍ଦରଗଡ, ରାଞ୍ଜାକୁମ୍ପା, ଦରଗଡ଼ ଗଣ୍ଡା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଯାହା ଫଳରେ ଏହି ଗ୍ରାମର ଲୋକ ମାନେ ଖରା ସମୟରେ ଖାଲ ଢିପ ମାଟି ରାସ୍ତାରେ ଯିବା ଆସିବା କରନ୍ତି। ହେଲେ ବର୍ଷା ଋତୁ ଆସିଲେ କାଦୁଅ ପଚପଚ ଖସଡ଼ା ରାସ୍ତା ଯୋଗୁ ଅନେକ ଦୁର୍ଘଟଣା ଘଟିଥାଏ। ଏହାକୁ ନେଇ ଗ୍ରାମବାସୀ ଅନେକ ଥର ପଲୀସଭାରେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇ ପାରିନାହିଁ। ନିର୍ବାଚନ ସମୟରେ ଅନେକ ନେତା ଆସି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଭୋଟ ପାଇଲା ପରେ ସବୁ ଭୁଲିଗଲେ। ଲୋକେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ରାସ୍ତା ନିର୍ମାଣ କରିବା ପାଇଁ ଜଣାଇଥିଲେ ମଧ୍ୟ ସେମାନେ ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଗ୍ରାମବାସୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।