ଭରଣପୋଷଣରେ ଖିଲାପ ଅଭିଯୋଗରେ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ…

ଚଣ୍ଡିଗଡ଼,୨୨।୧୧: ଭରଣପୋଷଣ ଆଦେଶର ଖିଲାପ ଅଭିଯୋଗରେ ଅଭିଯୁକ୍ତଙ୍କୁ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ସମୟରେ କୁହାଯାଇଛି। ବିଚାରପତି ମଞ୍ଜୁରୀ ନେହେରୁ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ଏଭଳି କୁହାଯାଇଛି।

ଆବେଦନକାରୀ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୧୨୫(୩) ଆଧାରରେ ଏକ ଫ୍ୟାମିଲ କୋର୍ଟ ଦ୍ୱାରା ଜାରି ହୋଇଥିବା ରାୟକୁ ଚ୍ୟାଲେଞ୍ଜ୍‌ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫ୍ୟାମିଲି କୋର୍ଟ ୬୬ ମାସର ଭରଣପୋଷଣ ଖିଲାପ ଅଭିଯୋଗରେ ଆବେଦନକାରୀଙ୍କୁ ୧୨ ମାସର କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ।

ତେବେ ଖିଲାପକାରୀଙ୍କୁ ଏକ ମାସର କାରାଦଣ୍ଡାଦେଶ ସହିତ ଶୀଘ୍ର ଭରଣପୋଷଣ ବକେୟା ପୈଠ କରିବାକୁ କୁହାଯିବା ଆବଶ୍ୟକ। ଯଦି ପୁଣି ଏଭଳି ସ୍ଥିତି ଜାରି ରୁହେ ତେବେ ମାଜିଷ୍ଟ୍ରେଟ୍‌ଙ୍କ ସହିତ ଯୋଗାଯୋଗ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ଏହା ସହିତ ୨୦୨୦ ମାର୍ଚ୍ଚ ୧୬ରେ ଫ୍ୟାମିଲି କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ୧୨ ମାସର ଏକକାଳୀନ କାରାଦଣ୍ଡାଦେଶକୁ ପ୍ରଚଳିତ ଆଇନ ବ୍ୟବସ୍ଥାର ବିପରୀତ ବୋଲି ଦର୍ଶାଇ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି।

Share