ଜଳୁନି ଷ୍ଟ୍ରିଟ୍‌ ଲାଇଟ, ପ୍ରଶାସନଠାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଳୁନି ସୁଫଳ

ଗଞ୍ଜାମ,୨୦।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ତିନି ୱାର୍ଡ ଦୁର୍ଗାଦେବୀ ସାହିରେ ଦୀର୍ଘ ଦିନ ହେବ ଷ୍ଟ୍ରିଟ୍‌ ଲାଇଟ ଜଳୁ ନ ଥିବା ଜଣାପଡିଛି । ଏନେଇ ଏନଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ସାହି ଅନ୍ଧାର ସହ ଉକ୍ତ ୱାର୍ଡରେ ବୁଲା ଗାଈ ଗୋରୁଙ୍କ ପାଦୁର୍ଭାବ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଯାହାକୁ ନେଇ ଘୋର ଅସନ୍ତୋଷ ଦେଖା ଦେବା ସହ ବୁଦ୍ଧିଜୀବୀ ଦୃଢ ନିନ୍ଦା କରିଛନ୍ତି । ଏନଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି ।

 

Dharitri – The Largest & Most Trusted Odia Daily

Share
Tags: odisha