କାଟ ଖାଇଲା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଆସିକା ୧ା୧୧ (ସୁରେନ୍ଦ୍ର ନାଥ ସାହୁ): ଆସିକା ବ୍ଲକ୍‌ ଅନ୍ତର୍ଗତ ଜୟପୁର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଆଲୋଚନା ଓ ମତଦାନ ଲାଗି ଶୁକ୍ରବାର ଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ଏହା ଆଗତ କରାଯାଇଥିଲେ ମଧ୍ୟ ନର୍ଦ୍ଧିଷ୍ଟ ସମୟସମୀମା ମଧ୍ୟରେ ଆବଶ୍ୟକୀୟ କୋରମ୍‌ ଅଭାବରୁ ଏହି ଅନାସ୍ଥା ପ୍ରସ୍ତାବ କାଟ ଖାଇଥିବା ଜଣାପଡିଛି। ପଞ୍ଚାୟତର ସମୁଦାୟ ୧୯ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ମାତ୍ର ୧୧ଜଣ ଓ ସରପଞ୍ଚ ଏହି ବୈଠକରେ ଉପସ୍ଥିତ ଥିଲେ। ତେବେ ଆବଶ୍ୟକ କୋରମ୍‌ ଲାଗି ୧୪ଜଣଙ୍କ ଉପସ୍ଥିତିର ଆବଶ୍ୟକତା ରହିଥିଲା ବେଳେ ସରପଞ୍ଚଙ୍କ ସମେତ ମାତ୍ର ୧୨ଜଣଙ୍କ ଉପସ୍ଥିତି ଯୋଗୁ ନିର୍ବାଚନ ଅଧିକାରୀ ଅନାସ୍ଥା ପ୍ରସ୍ତାବକୁ ରଦ୍ଧ କରିଥିବା ଜଣାପଡ଼ିଛି। ଆସିକା ତହସିଲଦାର ସଙ୍ଗୀତା ସେନ୍‌ ନିର୍ବାଚନ ଅଧିକାରୀ ଭାବେ ରହିଥିଲା ବେଳେ ବିଡିଓ ଲିପିନା ଦାଶ ସଂଯୋଜକ ଏବଂ ଅତିରିକ୍ତ ତହସିଲଦାର ସୌଦାଗର ବେହେରା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ। ଡିପିଡିଓ ରାଜଶ୍ରୀ ସାହୁ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ଭୂୟାଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ୨ ପ୍ଲାଟୁନ୍‌ ପୋଲିସ ଶାନ୍ତି ମୁତୟନ ରହିଛନ୍ତି।

Dharitri – Odisha’s No.1 Odia Daily