ପଞ୍ଚାୟତ ସମିତି ଅଧକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ସ୍ବତନ୍ତ୍ର ବୈଠକ ବାତିଲ

ନିଶ୍ଚିନ୍ତକୋଇଲି,୧୩।୫(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧକ୍ଷଙ୍କ ଅନାସ୍ଥା ପାଇଁ ମଙ୍ଗଳବାର ଡକାଯାଇଥିବା ସ୍ବତନ୍ତ୍ର ବୈଠକ ବାତିଲ କରାଯାଇଛି। ୫ ଜଣ ସଭ୍ୟା ଅସୁସ୍ଥତା କାରଣ ଦର୍ଶାଯାଇଥିବା ବେଳେ ବୈଠକ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ଦେବାଶିଷ ମହାପାତ୍ର ଅସୁସ୍ଥତା ଦର୍ଶାଇଛନ୍ତି। ଫଳରେ ଉପଜିଲାପାଳ ଚିଠିନମ୍ବର 605/13.05.25 ଅନୁଯାୟୀ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି।