ଗଞ୍ଜାମ/ଛତ୍ରପୁର (ବିଦ୍ୟାଧର ସାହୁ, ଦିଲ୍ଲୀପ ସାମଲ ) ୧୭।୧୦ : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ସରପଞ୍ଚ ଜାନକୀ ଦାସଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ। ଏନେଇ ଉକ୍ତ ପଞ୍ଚାୟତର ୧୫ ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କୁ ଭେଟି ସରପଞ୍ଚଙ୍କ ଉପରୁ ଅନାସ୍ଥା ହରାଇ ଥିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତ ଆଇନ ଅନୁଯାୟୀ ସମସ୍ତ ଉନ୍ନୟନ କାର୍ଯ୍ୟ ସ୍ତିରୀକୃତ ନିସତୀ ପ୍ରକାରେ କରିବା ପାଇଁ ବିଧି ବ୍ୟବସ୍ଥା ଥିଲେ ହେଁ ସରପଞ୍ଚ ଏହାକୁ ଉଲଘଂନ କରୁଥିବା ଦାବି ପତ୍ରରେ ଉଲେଖ ରହିଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ହେର ଫେର, ହୁମା ହାଟରୁ ପଞ୍ଚାୟତକୁ ଆସୁଥିବା ବାର୍ଷିକ ୫୦ ଲକ୍ଷ ଟଙ୍କା ଏବଂ ହାଟ ଟିକସ ବାବଦକୁ ଆସୁଥିବା ୨୫ ଲକ୍ଷ ଟଙ୍କା ଆତ୍ମସାତ ଆଦି ଦାବି ପତ୍ରରେ ଦର୍ଶାଯାଇଛି । ସରପଞ୍ଚଙ୍କ ମନମୂଖୀ ଶାସନ ଯୋଗୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜୁଛି ବୋଲି ୱାର୍ଡ ସଭ୍ୟ ମାନେ ଉପଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏନେଇ ପ୍ରଥମେ ନ୍ୟାୟବ ସରପଞ୍ଚ ମିଥୁନ ପରିଡାଙ୍କ ବାସଭବନରେ ୧୫ ଜଣ ୱାର୍ଡ ସଭ୍ୟଙ୍କ ଉପସ୍ଥିତରେ ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ୱାର୍ଡମେମ୍ବର ସାଗର ପରିଡା ଅନାସ୍ଥା ପ୍ରସ୍ତାବ ଦେଇଥିବା ବେଳେ ସୁଜ୍ଞାନୀ ମାଳି ସମର୍ଥନ କରିଥିଲେ। ଉପଜିଲାପାଳଙ୍କୁ ଭେଟିବା ବେଳେ ୱାର୍ଡମେମ୍ବର ବିଳାସିନୀ ଦାସ, ରଞ୍ଜିତା ଛଟେଇ,ସାବିତ୍ରୀ ପରିଡା,ଟୁନା ଦାସ,ବବିତା ବେହେରା,ସୁରେନ୍ଦ୍ର ଛଟେଇ,ଆରତୀ ବେହେରା,ସନ୍ତୋଷ ରେଡି, ସୁଦର୍ଶନ ପରିଡା,ନେତ୍ର ବିଶ୍ୱାଳ,କୃଷ୍ଣ ଚନ୍ଦ୍ର ପରିଡା, ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।