Categories: Home Leftଖେଳ

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ ବେଳେ ଚତୁର୍ଥ ଅମ୍ପାୟରଙ୍କ ସହି ତାଙ୍କର ଯୁକ୍ତିତର୍କ ହୋଇଥିଲା। ୧୯ତମ ଓଭରରେ ଏହି ଘଟଣା ଘଟିଥିଲା। ଚେନ୍ନାଇର ଆଦ୍ରତା ପରିବେଶରୁ ପ୍ରବଳ ଝାଳ ବୋହି ଟ୍ରିଷ୍ଟାନ ଷ୍ଟବ୍ସଙ୍କ ଗ୍ଲୋଭ୍ସ ଓଦା ହୋଇଯାଇଥିଲା। ଏହାକୁ ବଦଳ ପାଇଁ ସେ କରିଥିବା ଅନୁରୋଧକୁ ଅମ୍ପାୟର ଅଗ୍ରାହ୍ୟ କରିଥିଲେ। ସେ ଆଉଟ ହୋଇଯିବା ପରେ ରାଣା ହତୋତ୍ସାହିତ ହୋଇ ବିରକ୍ତି ପ୍ରକାଶ କରିବା ସହ ଚତୁର୍ଥ ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ। ତାଙ୍କୁ ଏକ ଡିମେରିଟ୍‌ ପଏଣ୍ଟ ମଧ୍ୟ ଦିଆଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସ୍ଲୋ-ଓଭର ରେଟ୍‌ ପାଇଁ ସିଏସ୍‌କେ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଶନିବାର ସ୍ଥାନୀୟ ଏମ୍‌ ଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨୩ରନରେ ବିଜୟ ହାସଲ କରି ସିଏସ୍‌କେ ଚଳିତ ଆଇପିଏଲ୍‌ରେ ଖାତା ଖୋଲିଛି। ସିଏସ୍‌କେ ଏହାର ପରବର୍ତ୍ତୀ ମ୍ୟାଚ ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଖେଳିବ।

Share