Categories: Home Leftଖେଳ

ନୀତୀଶ ରାଣାଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଇଡେନ୍‌ଗାର୍ଡେନ୍ସରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍‌ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର) ଅଧିନାୟକ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଲିଗ୍‌ ତରଫରୁ ଏକ ବୟାନରେ କୁହାଯାଇଛି ଯେ, ଆଇପିଏଲର ଆଚାର ସଂହିତା ଅନୁଯାୟୀ ସିଜନରେ କେକେଆରର ପ୍ରଥମ ଅପରାଧ ହୋଇଥିବାରୁ ସର୍ବନିମ୍ନ ଓଭରରେଟ୍‌ ଅପରାଧ ପାଇଁ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ସୋମବାର ରାତିରେ କେକେଆର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ କେକେଆର ୫ ଉଇକେଟରେ ବିଜୟ ଲାଭ କରି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ କରିଛି।