Categories: Home Leftଖେଳ

ନୀତୀଶ ଉପଅଧିନାୟକ ରହିବା ନେତୃତ୍ୱକୁ ମଜଭୁୁତ କରିବ: ଶ୍ରେୟସ

କୋଲକାତା,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)ର ଅଧିନାୟକତ୍ୱ କରିବେ ଭାରତୀୟ ମିଡଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର।

ପିଠିରେ ଇଞ୍ଜୁରୀ ଯୋଗୁ ଲଣ୍ଡନରେ ଏପ୍ରିଲରେ ଶ୍ରେୟସଙ୍କ ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥିଲା। ଫଳରେ ସେ ଆଇପିଏଲ ୨୦୨୩ ସିଜନରେ ଖେଳିପାରି ନ ଥିଲେ। ନୀତୀଶ ରାଣାଙ୍କୁ ଅଧିନାୟକ ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା। ଶ୍ରେୟସ ଅଧିନାୟକ ପଦକୁ ଫେରିଥିବାରୁ ଟିମ୍‌ ମେନେଜ୍‌ମେଣ୍ଟ ଅଭିନନ୍ଦନ ଜଣାଇବା ସହ ଖୁବ୍‌ ଖୁସି ବୋଲି କେକେଆର ସିଇଓ ଭେଙ୍କି ମାଇଶୋର ପ୍ରକାଶ କରିଛନ୍ତି। ଶ୍ରେୟସ ସେପ୍ଟେମ୍ବରରେ ଏସିଆ କପ୍‌ରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟପକ୍ଷେ ନୀତିଶ ରାଣା ଉପ ଅଧିନାୟକ ହେବେ।

ଶ୍ରେୟାସ ଏକ ବିବୃତ୍ତିରେ କହିଛନ୍ତି, ଗତ ସିଜନରେ ଦଳକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଯେପରିକି ଆଘାତ ଯୋଗୁ ମୋର ଅନୁପସ୍ଥିତି। ନୀତିଶଙ୍କ ନେତୃତ୍ୱରେ ଦଳ ଭଳ ପ୍ରଦର୍ଶନ କରିଥିଲେ। ମୁଁ ଖୁସି ଯେ, କେକେଆର୍‌ ତାଙ୍କୁ ଉପ-ଅଧିନାୟକ ଦିୟିତ୍ୱ ଦେଇଛି। ଏହା ନେତୃତ୍ୱକୁ ମଜଭୁୁତ କରିପାରିବ ବୋଲି ସେ କହିଛନ୍ତି। କେକେଆର୍‌ ଗତ ଥର ସପ୍ତମ ସ୍ଥାନରେ ରହିଥିଲା।