ନୂଆଦିଲ୍ଲୀ,୧୫।୧୨: ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ଦଳୀୟ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦଳର ବହୁମୁଖୀ ହଲରେ ଜାତୀୟ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ନୀତିନ ନବୀନଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀ ବିଜେପି ରାଜ୍ୟ ସଭାପତି, ସମସ୍ତ ଦିଲ୍ଲୀ ସାଂସଦ ଏବଂ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ନୀତିନ ନବୀନଙ୍କ ନାମ ଘୋଷଣା ହେବା ପରେ ସେ କହିଥିଲେ ଯେ, “ମୁଁ କେନ୍ଦ୍ରୀୟ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ରୀୟ ନେତୃତ୍ୱର ସମସ୍ତଙ୍କୁ ଏହି ସୁଯୋଗ ଦେବା ପାଇଁ କୃତଜ୍ଞତା ଜଣାଉଛି। ମୋ ଉପରେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି। ମୁଁ ତାଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱକୁ ଆଗକୁ ବଜାୟ ରଖିବି। ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ ପୂର୍ଣ୍ଣ ଭାବରେ ପାଳନ କରିବି।”