ଭଦ୍ରକ,୧୨।୧: ଯାତ୍ରା ମଞ୍ଚରେ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ପୁଣି ଥରେ ବିରୋଧ ହୋଇଛି।
ଅଶ୍ଳୀଳ ନୃତ୍ୟ ପାଇଁ ନିଶାଙ୍କୁ ବିରୋଧ କରିଛନ୍ତି ଉପସ୍ଥିତ ଦର୍ଶକ। ଭଣ୍ଡାରିପୋଖରୀରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ଚାଲିଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରୁଥିଲେ ନିଶା। ଏହାଦେଖି ଉଦ୍କ୍ଷିପ୍ତ ଦର୍ଶକ ମଞ୍ଚକୁ ଚୌକି ଓ ଜୋତା ଫିଙ୍ଗିଥିଲେ। କିଛି ସମୟ ପାଇଁ ମେଲେଡି ବନ୍ଦ କରିଦିଆଯାଇଥିଲା।ଏହା ପରେ ପୁଣି ଆରମ୍ଭ ହୋଇଥିଲା ମେଲୋଡି କାର୍ଯ୍ୟକ୍ରମ।