ନାଚୁଥିଲେ ନିଶା ମହାରଣା, ହଠାତ୍‌ ଦର୍ଶକ ଫୋପାଡିଲେ ଚେୟାର: ଆଉ ତା’ପରେ ଘଟିଲା..

ଜଟଣୀ,୩୦।୮: ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଜୋରଦାର ବିରୋଧ କରାଯାଇଛି।
ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ଏହି ବିରୋଧ ହୋଇଛି। ନିଶା ନାଚୁଥିବାବେଳେ ତାଙ୍କୁ ଉପରକୁ ଚେୟାର ଚେୟାର ଫିଙ୍ଗିଛନ୍ତି ଦର୍ଶକ। ଅବଶ୍ୟ ଏହି ଚେୟାର ନିଶାଙ୍କ ଶରୀରରେ ବାଜି ନ ଥିବା ଜଣାପଡିଛି।

ଜଟଣୀ ଥାନା ଛକରେ ପାର୍ବତୀ ଗଣନାଟ୍ୟ ପକ୍ଷରୁ ଯାତ୍ରା ପଡିଛି। ଯାତ୍ରା ଆରମ୍ଭ ପୂର୍ବରୁ ନିଶା ଅଶ୍ଳୀଳ ନୃତ୍ୟ କରୁଥିବାବେଳେ ଆଗ ଧାଡ଼ିର ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ନିକଟରେ ଥିବା ଅନ୍ୟ କିଛି ଯୁବକ ଚେୟାର ଫିଙ୍ଗିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ ଚେୟାର ଫୋପାଡିଥିବା ଯୁବକ ଜଣକ ଖୋର୍ଦ୍ଧାର ବୋଲି ଜରାପଡ଼ିଛି।