ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ ଅଭିନେତ୍ରୀ ନିଶା ମହାରଣା ଯୋଗ ଦେବେ ବୋଲି ପୂର୍ବରୁ ଯାତ୍ରା କମିଟି ଘୋଷଣା କରିଥିଲା। କିନ୍ତୁ ନିଶାଙ୍କୁ ପୋଲିସ ପେଣ୍ଡାଲ ଉପରକୁ ଛାଡ଼ି ନ ଥିଲା। ଏହାପରେ ଆରମ୍ଭ ହୋଇଯାଇଥିଲା ଉତ୍ତେଜନା। ରାଗିକି ଦର୍ଶକ ଭଙ୍ଗାରୁଜା କରିବା ସହ ପେଣ୍ଡାଲ ଉପରକୁ ଚେୟାର ଫୋପାଡି ଥିଲେ। ଫଳରେ ଯାତ୍ରା ଅଧାରୁ ବନ୍ଦ କରି ଦିଆଯାଇଥିଲା। ପ୍ରଶାସନର କଟକଣା ପରେ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

 

Share