ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ:ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା,୨୪।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଗାଧୁପୁରଠାରେ ଅଗାଧୁପୁର ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚଟି କଳାହାଣ୍ଡି ଜିଲାର ବେଲଖଣ୍ଡି ଓ ବଲାଙ୍ଗୀର ଜିଲାର ମଳମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମନମୁଣ୍ଡା ଦଳକୁ ପରାସ୍ତ କରି ବେଲଖଣ୍ଡି ଦଳ ଚାମ୍ପିୟନ ହୋଇଥିଲା। ବିଜୟୀ ଓ ଉପବିଜୟୀ ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ବିଜେଡି ବ୍ଲକ ସଭାପତି ଯଶୋବନ୍ତ ସାହୁ, ବିଜେଡି ଛାତ୍ର ଜିଲା ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ଭାଜପା ମଣ୍ଡଳ ସଭାପତି ଡୋଲାମଣୀ ଭୋଇ , ଏସସି ମୋର୍ଚ୍ଚା ଭାଜପା ଜିଲା ସଭାପତି ଗଣେଶ କୁମାର,ପୂର୍ବତନ ବିଜେଡି ବ୍ଲକ ସଭାପତି ଯୁଗଳ କିଶୋର ନାଏକ, ୱାର୍ଡମେମ୍ବର ସଂକୀର୍ତ୍ତନ ମାଝୀ, ପୂର୍ବତନ ୱାର୍ଡମେମ୍ବର ଶାନ୍ତନୁ କୁମାର, ସାମ୍ବାଦିକ ପ୍ରଦୀପ କୁମାର ସାହୁ,ଅବେଳ ବାଗ ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟ ଆୟୋଜନ କମିଟିର ରିଙ୍କୁ ବେହେରା,ଗୁଡୁ ନାଏକ, ବବୂବାହନ ଭୋଇ,ସୁଖୀ ମାଝୀ, ଉମାକାନ୍ତ ବାଗ, ଆନନ୍ଦ ମାଝି, ସାନନ୍ଦ ମାଝୀ, ସୁମନ୍ତ ଭୋଇ,ଜିତୁ ସାହୁ,ରାହୁଳ କୁମାର, କ୍ଷୀର ମଣୀ କୁମାର ଙ୍କ ସମେତ ସମସ୍ତ ଗ୍ରାମବାସୀ ଆୟୋଜନ କରିଥିଲେ। ତେବେ ଚଳିତ ମାସ ୧୬ ତାରିଖରେ ମ୍ୟାଚଟି ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ଜିଲାରୁ ୩୨ ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ରାତ୍ରିରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଗୁଡିକରେ ଏମ୍ପାୟାର କୁନ୍ତ ସୁନା, ଭୁପିନ୍ଦର ରଣା, ଜୟରାଜ କୁମାର, ବିକାଶ ନନ୍ଦ,ଶେଷ ଦେବ ସାହୁ,ମଧୁ ରଣା, ଅମିତ ନାଏକ,ଲୁନା କୁମାର ପ୍ରମୁଖ ଦାୟିତ୍ୱରେ ଥିଲେ ଓ ନଟ ରାଜ କୁମାର,ମିଥୁନ ରଣା ,ଅମନ ଦୀପ ଧାରାବିବରଣୀ ପ୍ରଦାନ କରିଥିଲେ।

 

Dharitri – The Largest & Most Trusted Odia Daily

\