୨୮ରୁ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ,୨୬।୩ : ମହାରାଷ୍ଟ୍ରରେ ରବିବାର ଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ବଢ଼ିବାରୁ ନିଆଯାଇଛି ଏଭଳି ନିଷ୍ପତ୍ତି। ଶପିଂ ମଲ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ରାଜ୍ୟବାସୀ କୋଭିଡ୍‌-୧୯ ନିୟମ ନ ମାନିଲେ ଆହୁରି କଠୋର କଟକଣା ଲାଗୁ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଠାକରେ। କୌଣସି ଜିଲାରେ ଲକ୍‌ଡାଉନର ଆବଶ୍ୟକତା ହେଲେ ଜିଲା ମୁଖ୍ୟ ନିଷ୍ପତ୍ତି ନେଇପାରିବେ।

Share