Categories: Home Leftଖେଳ

ନେମାର କୋଭିଡ୍‌ ପଜିଟିଭ୍‌

ବ୍ରାସିଲ,୮ା୬: ବ୍ରାଜିଲ ଫର୍‌ଓ୍ବାର୍ଡ ଜୁନିୟର ନେମାର କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିବା ତାଙ୍କ କ୍ଲବ ସାଣ୍ଟୋସ୍‌ ପକ୍ଷରୁ କୁହାଯାଇଛି।

୩୩ ବର୍ଷୀୟ ନେମାରଙ୍କ ନିକଟରେ ଗୁରୁବାର କୋଭିଡ୍‌ ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଅଲଗା ରଖାଯାଇଥିଲା। ପରେ ମେଡିକାଲ ଟେଷ୍ଟରୁ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା ବୋଲି ବ୍ରାଜିଲ ସିରି-ଏ ଦଳ ପକ୍ଷରୁ କୁହାଯାଇଛି। ତେବେ ନେମାର କେତେଦିନ ଲାଗି ପଡ଼ିଆରୁ ଦୂରେଇ ରହିବେ, ସେ ସମ୍ପର୍କରେ କିଛି କୁହାଯାଇନାହିଁ।